କନକ ବ୍ୟୁରୋ: ପୁଣି ଟ୍ରେନ ଧକ୍କାରେ ହାତୀ ଛୁଆର ମୃତ୍ୟୁ  । ଢ଼େଙ୍କାନାଳ ପୋଡ଼ାପଡ଼ା ଠାରେ ଟ୍ରେନ ଧକ୍କାରେ ଗୋଟିଏ ହାତୀ ଛୁଆର ମୃତ୍ୟୁ ହୋଇଛି । ରାସ୍ତାପାରି ହେଲାବେଳେ ଛୁଆ ହାତୀ ଉପରେ ମାଡ଼ିଗଲା ଲୌହ ଦାନବ । ତେବେ ଦୁର୍ଘଟଣାରେ ହାତୀ ଛୁଆର ଶରୀର ଦୁଇଖଣ୍ଡ ହୋଇଯାଇଛି । ସେପଟେ ଘଟଣା ସ୍ଥଳରେ ବନବିଭାଗ ପହଂଚି ତଦନ୍ତ ଜାରି ରଖିଛି ।

Advertisment

ଅନ୍ୟପଟେ ହିନ୍ଦୋଳରେ ହାତୀ ଆତଙ୍କ । ଘରେ ପଶି ଦଳି ଦେଲା ହାତୀ । ଢ଼େଙ୍କାନାଳ ବାବନ୍ଧ ମାଟିଆ ସାହିରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ସ୍ୱାମୀ-ସ୍ତ୍ରୀ ଘରେ ଶୋଇଥିବା ବେଳେ ହାତୀ ଘର କାନ୍ଥ ଭାଙ୍ଗି ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଗୁରୁତର ଅବସ୍ଥାରେ ଢ଼େଙ୍କାନାଳ ମେଡ଼ିକାଲରେ ଭର୍ତି କରାଯାଇଥିଲା । ଘଟଣାରେ ସ୍ତ୍ରୀ ସଜନୀ ପ୍ରଧାନଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ଭରତ ପ୍ରଧାନଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତରିତ କରାଯାଇଛି ।