ବାତ୍ୟା ସମୟରେ ଜନ୍ମ ହେଲା ଶିଶୁପୁତ୍ର । ବାତ୍ୟା ଆଗରୁ ସୁରକ୍ଷିତ ହସ୍ପିଟାଲକୁ ଆଣିଥିବାରୁ ପ୍ରଶାସନକୁ ଜଣାଇଲେ ଧନ୍ୟବାଦ

211

କନକ ବ୍ୟୁରୋ : ବାତ୍ୟା ବେଳେ ଉଦ୍ଧାର ହୋଇଥିବା ପ୍ରସୂତୀ ହସ୍ପିଟାଲରେ ଜନ୍ମ କଲେ ସୁସ୍ଥ ଛୁଆ । ବାତ୍ୟା ଗୁଲାବ ଆସୁଥିବା ଜାଣି ସରକାର ଜୋରଦାର ପ୍ରସ୍ତୁତି କରିଥିଲେ । ବିଶେଷ କରି ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡ଼ିକରେ ଆଗୁଆ ଆରମ୍ଭ କରିଥିଲେ ସ୍ଥାନାନ୍ତର ପ୍ରକ୍ରିୟା । ସ୍ୱତନ୍ତ୍ର ରିଲିଫ୍ କମିଶନର ସୂଚନା ଦେଇଛନ୍ତି, ମୋଟ୍ ୪୬ ହଜାର ୭୫ ଲୋକଙ୍କୁ ୧ ହଜାର ୧୮୯ ଆଶ୍ରୟସ୍ଥଳରେ ରଖାଯାଇଥିଲା ।

ତେବେ ବାତ୍ୟା ପୂର୍ବରୁ ମୋଟ୍ ୧ ହଜାର ୫୩୩ ଜଣ ପ୍ରସୂତୀ ମହିଳାଙ୍କୁ ଆଶ୍ରୟସ୍ଥଳ କିମ୍ବା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବାତ୍ୟା ସମୟରେ ଆସ୍କା ସବ୍ ଡିଭିଜିନାଲ ହସ୍ପିଟାଲରେ ଜନ୍ମ ହୋଇଛି ଶିଶୁ ପୁତ୍ର । ଧରାକୋଟର ରିଙ୍କିଲତା ବେହେରା ସୁସ୍ଥ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି । ଆଉ ଏଥିପାଇଁ ତାଙ୍କ ପରିବାର ପ୍ରଶାସନକୁ ଧନ୍ୟବାଦ ଦେଇଛନ୍ତି । ପ୍ରଶାସନ ବାତ୍ୟା ଆସିବା ଆଗରୁ ତାଙ୍କୁ ସୁରକ୍ଷିତ ଭାବେ ହସ୍ପିଟାଲକୁ ସ୍ଥାନାନ୍ତର କରିଥିବାରୁ କୃତଜ୍ଞତା ଜଣାଇଛନ୍ତି ।