ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟରୁ ଶିଶୁପୁତ୍ର ଚୋରି : ସିସିଟିଭି ଫୁଟେଜ୍ ଆଧାରରେ ତନାଘନା ପରେ ଉଦ୍ଧାର ହେଲା ଶିଶୁ, ୨ ଜଣ ଅଟକ

Advertisment
ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟରୁ ଶିଶୁପୁତ୍ର ଚୋରି : ସିସିଟିଭି ଫୁଟେଜ୍ ଆଧାରରେ ତନାଘନା ପରେ ଉଦ୍ଧାର ହେଲା ଶିଶୁ, ୨ ଜଣ ଅଟକ

କନକ ବ୍ୟୁରୋ : ସିସିଟିଭିରେ କଏଦ ହେଲା ପିଲା ଚୋରିର ଦୃଶ୍ୟ । ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟରୁ ଜଣେ ଦୁଇ ବର୍ଷର ଶିଶୁପୁତ୍ରକୁ ଚୋରି । ଏହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ରାୟଗଡ଼ା ଜିଲ୍ଲା ଗୁମ୍ମା ନିକଟସ୍ଥ ବଡ଼ ବାଲେଶ୍ୱର ଗାଁର କଳିତ ହିକକା ତାଙ୍କ ଦୁଇ ବର୍ଷର ପୁଅର ଦେହ ଖରାପ ଥିବାରୁ ତାକୁ ନେଇ ଡାକ୍ତରଖାନା ଆସିଥିଲେ ।

ବାପା-ମାଆ ପାଖରେ ନଥିବା ବେଳେ ପିଲାଟି ଶୋଇଥିବା ସମୟରେ କେହି ଜଣେ ତାକୁ ଚୋରି କରିନେଇଥିଲା । ଏ ନେଇ ଅଭିଯୋଗ ହେବା ପରେ ପୁଲିସ ଛାନଭିନ ଆରମ୍ଭ କରିଥିଲା । ସିସିଟିଭି ଫୁଟେଜ୍ ଦେଖିବାରୁ ପିଲା ଚୋରି ହୋଇ ଯାଇଥିବା ଜଣାପଡିଥିଲା । ଏହାପରେ ପିଲାକୁ ଠାବ କରି ପରିବାର ବର୍ଗକୁ ହସ୍ତାନ୍ତର କରାଯାଇଛି । ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe