କନକ ବ୍ୟୁରୋ : ସିସିଟିଭିରେ କଏଦ ହେଲା ପିଲା ଚୋରିର ଦୃଶ୍ୟ । ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟରୁ ଜଣେ ଦୁଇ ବର୍ଷର ଶିଶୁପୁତ୍ରକୁ ଚୋରି । ଏହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ରାୟଗଡ଼ା ଜିଲ୍ଲା ଗୁମ୍ମା ନିକଟସ୍ଥ ବଡ଼ ବାଲେଶ୍ୱର ଗାଁର କଳିତ ହିକକା ତାଙ୍କ ଦୁଇ ବର୍ଷର ପୁଅର ଦେହ ଖରାପ ଥିବାରୁ ତାକୁ ନେଇ ଡାକ୍ତରଖାନା ଆସିଥିଲେ ।
ବାପା-ମାଆ ପାଖରେ ନଥିବା ବେଳେ ପିଲାଟି ଶୋଇଥିବା ସମୟରେ କେହି ଜଣେ ତାକୁ ଚୋରି କରିନେଇଥିଲା । ଏ ନେଇ ଅଭିଯୋଗ ହେବା ପରେ ପୁଲିସ ଛାନଭିନ ଆରମ୍ଭ କରିଥିଲା । ସିସିଟିଭି ଫୁଟେଜ୍ ଦେଖିବାରୁ ପିଲା ଚୋରି ହୋଇ ଯାଇଥିବା ଜଣାପଡିଥିଲା । ଏହାପରେ ପିଲାକୁ ଠାବ କରି ପରିବାର ବର୍ଗକୁ ହସ୍ତାନ୍ତର କରାଯାଇଛି । ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/09/8-16.jpg)