ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣାର ଚିତ୍ର । ଦେଶୀ ବୋଟରେ ପାର ହେବା ବେଳ ମଝିରାସ୍ତାରେ ଶିଶୁପୁତ୍ର ଜନ୍ମ

96

ପୁଣି ସାମ୍ନାକୁ ଆସିଛି ଆଉ ଏକ ଜନନୀ ଯନ୍ତ୍ରଣାର ବିକଳ ଚିତ୍ର । ବିଶାଳ ଇନ୍ଦ୍ରାବତୀ ଜଳ ଭଣ୍ଡାରର ଆର ପାଖରେ ଡାକ୍ତରଖାନା । ଥୁଆମୂଳ ରାମପୁର ବ୍ଲକ ଇନ୍ଦ୍ରାବତୀ ଜଳଭଣ୍ଡାରର ଅପର ପାଖରେ ଥିବା ଏନ୍ ପାଡେପଦର ପଂଚାୟତର ଲିଟିମାସ୍କ ଗାଁ ।

ସ୍ଥାନୀୟ ଭାଗିରଥୀ ମାଝୀଙ୍କ ପତ୍ନୀ ସରୋଜିନୀଙ୍କୁ ଗର୍ଭଯନ୍ତ୍ରଣା ହେବାରୁ ଜଳଭଣ୍ଡାରରେ ରୋଗୀଙ୍କ ଯାତାୟତ ପାଇଁ ଥିବା ଆମ୍ବୁଲାନ୍ସ ବୋଟକୁ ଖବର ଦେଇଥିଲେ । କିନ୍ତୁ ଦୀର୍ଘ ସମୟ ପରେ ମଧ୍ୟ ଏହା ପହଂଚି ନଥିଲା ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ଏକ ଦେଶୀ ଡଙ୍ଗାରେ ଅତିବପଦ ଜଳଭଣ୍ଡାର ପାର କରାଯାଇଥିଲ।। ତେବେ ଦେଶୀ ଡଙ୍ଗାରେ ହିଁ ମହିଳା ଜଣକ ଶିଶୁପୁତ୍ରକୁ ଜନ୍ମଦେଇଥିଲେ । ତେବେ ବହୁ କଷ୍ଟରେ ଜଳଭଣ୍ଡାର ପାର ହେବା ପରେ ସେମାନଙ୍କୁ ୧୦୮ ଆମ୍ବୁଲାନ୍ସ ଜରିଆ ନିକଟସ୍ଥ ତେନ୍ତୁଳିଖୁଂଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ଆବଶ୍ୟକ ବେଳେ ଜରୁରୀ ସେବା ନମିଳିବା ନିଶ୍ଚୟ ଏକ ଦୁର୍ଭାଗ୍ୟଜନକ ଘଟଣା । ଜଳଭଣ୍ଡାରର ଆର ପାଖରେ ଥିବା ଲୋକଙ୍କୁ ପାଇଁ ଆବଶ୍ୟକୀୟ ଜରୁରୀ ସେବା ଯୋଗାଇବା ଦିଗରେ ପ୍ରଶାସନ ଅଧିକ ଯତ୍ନବାନ ହେବାକୁ ଦାବି କରାଯାଉଛି ।