ସୁସ୍ଥ ହେଉଛନ୍ତି ବାବୁସାନ : ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚାଲିଥିଲା ଚିକିତ୍ସା

Advertisment
ସୁସ୍ଥ ହେଉଛନ୍ତି ବାବୁସାନ : ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚାଲିଥିଲା ଚିକିତ୍ସା

କନକ ବ୍ୟୁରୋ : ସୁସ୍ଥ ହେଉଛନ୍ତି ଓଲିଉଡ୍ ଷ୍ଟାର୍ ବାବୁସାନ୍ ମହାନ୍ତି । ଅକ୍ସିଜେନ୍ ସ୍ତର କମିବା ଓ ପେଟଜନିତ ସମସ୍ୟା କାରଣରୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି ବାବୁସାନ୍ । ବାବୁସାନ ଡାକ୍ତରଖାନା ବେଡରେ ଶୋଇଥିବାର ଏକ ଫଟୋ ପୋଷ୍ଟ କରିଛନ୍ତି ‘ଦମନ’ ଫିଲ୍ମର ନିର୍ଦ୍ଦେଶକ ବିଶାଳ ମୌର୍ଯ୍ୟ ।

କିଛି ଦିନ ତଳେ ବାବୁସାନ ତାଙ୍କ ଫିଲ୍ମ ‘ଦମନ’ ପାଇଁ ଲଦାଖ ଯାଇଥିଲେ । ସେଠାରେ ବାଇକ ଚଳାଇବା ପରେ ତାଙ୍କ ଅକ୍ସିଜେନ ସ୍ତର କମିଯାଇଥିଲା । ଭୁବନେଶ୍ୱର ଫେରିବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ପ୍ରାୟ ତିନି ଚାରି ଦିନ ହେଲା ବାବୁସାନ ଚିକିତ୍ସାଧୀନ ଅଛନ୍ତି । ପୂର୍ବ ଅପେକ୍ଷା ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟିଛି ବୋଲି କୁହାଯାଉଛି । କିଛି ସମୟ ପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ ମିଳିବ ବୋଲି ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe