ମେଡ଼ିକାଲରେ କୁନି ପ୍ରଶଂସକକୁ ଭେଟିଲେ ଅଭିନେତା ବାବୁସାନ୍ : ଦୁର୍ଘଟଣାରେ ଗୋଟିଏ ଗୋଡ଼, ଦୁଇ ହାତ ହରାଇ ଜୀବନ ସହ ସଂଘର୍ଷ କରୁଛି ଚିଂଟୁ
ପ୍ରିୟ ଅଭିନେତା ବାବୁସାନଙ୍କୁ ଭେଟିବା ପାଇଁ କରୁଥିଲା ଅଳି
କନକ ବ୍ୟୁରୋ : କଟକ ବଡ ଡାକ୍ତରଖାନାରେ ବର୍ଣ୍ଣ ୱାର୍ଡରେ ଚିକିତ୍ସିତ ହେଉଥିବା ଚିଂଟୁକୁ ଭେଟିଛନ୍ତି ଅଭିନେତା ବାବୁ ସାନ୍ । ମେଡିକାଲରେ ବେଡରେ ପଡି ଜୀବନ ସହ ସଂଘର୍ଷ କରୁଥିବା କୁନି ଫ୍ୟାନକୁ ବାବୁସାନ୍ ଭେଟିଛନ୍ତି । ମୋତେ ଖୋଜୁଥିଲୁ.. ଏବେ ଆସିଗଲି.. କହି ହସାଇଲେ,ସାନ୍ତନା ଦେଲେ । ବେକରେ ପିନ୍ଧିଥିବା ମାଳ କାଢି ଚିଣ୍ଟୁର ମୁଣ୍ଡରେ ଲଗାଇ ଦେଇଥିଲେ ବାବୁସାନ୍ । ଭଗବାନ ସବୁ କିଛି ଠିକ୍ କରିଦେବେ କହି ପରିବାର ଲୋକଙ୍କୁ ଧୈର୍ଯ୍ୟ ଧରିବାକୁ ପରାମର୍ଶ ଦେଇଛନ୍ତି । ଚିଣ୍ଟୁର ମୁଣ୍ଡକୁ ଆଉଁସି ଦେବା ସହିତ ଗଲାବେଳେ ଆବଶ୍ୟକ ସହଯୋଗ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । କେବଳ ସେତିକି ନୁହେଁ ନିଜ କୁନି ପ୍ରଶଂସକଙ୍କ ସହ ଭେଟିବା ସମୟର ଫଟୋ ବାବୁସାନ ସୋସିଆଲ ମିଡିଆରେ ଅପଲୋଡ କରି ଚିଂଟୁର ଆଶୁ ଆରୋଗ୍ୟ କାମନା କରିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନାନୁସାରେ, ଢେଙ୍କାନାଳ ଜିଲ୍ଲା, କାମାକ୍ଷାନଗର ଅଞ୍ଚଳର ନବମ ଶ୍ରେଣୀର ଛାତ୍ର ଚିଣ୍ଟୁ ୧୧ କେଭି ବିଜୁଳି ତାର ସଂସ୍ପର୍ଶରେ ଆସିଯିବା ପରେ ଦେହ ଜଳି ଯାଇଥିଲା । ଏବେ ଡାକ୍ତର ଚିଂଟୁଙ୍କର ଦୁଇଟି ହାତ ଓ ଗୋଟିଏ ଗୋଡ କାଟି ଦେଇଛନ୍ତି । ଦୁଇ ହାତ ଓ ଗୋଡ ହରାଇବା ପରେ ଚଳିତ ବର୍ଷ କିପରି ପାଠ ପଢି ପରୀକ୍ଷା ଦେବେ କେହି କଥା ଭାବି ଚିଂଟୁଙ୍କ ଆଖିରୁ ଲୁହ ଶୁଖୁନି । ଏପଟେ ପୁଅର ଅଧିକ ଚିକିତ୍ସା ପାଇଁ ପରିବାର ହାତରେ ମଧ୍ୟ ଅର୍ଥ ନାହିଁ । ଚିଂଟୁଙ୍କର ବାପା ପ୍ରଦୀପ ବିଶ୍ୱାଳ ଜଣେ ପାଣି ପାଇପ୍ ମିସ୍ତ୍ରୀ ଭାବେ କାମ କରନ୍ତି । ପୁଅର ଚିକିତ୍ସା ପାଇଁ ଏବେ ଆର୍ଥିକ ସମସ୍ୟା ଦେଖା ଦେଇଥିବାରୁ ଚିନ୍ତାରେ ପଡିଛନ୍ତି । ସହୃଦୟ ବ୍ୟକ୍ତି ଚିଂଟୁଙ୍କର ସହାୟତା ପାଇଁ ଆଗେଇ ଆସିବାକୁ ନିବେଦନ କରିଛନ୍ତି ଚିଂଟୁଙ୍କର ପରିବାର ।