କନକ ବ୍ୟୁରୋ: ଓଡିଶା ନିର୍ମାଣ କନକ୍ଲେଭରେ ଯୋଗଦେଇ ଚଳଚ୍ଚିତ୍ର ଦମନର ସଫଳତା କଥା କହିଛନ୍ତି ଅଭିନେତା ବାବୁସାନ ମହାନ୍ତି । ଓଡିଆ ଚଳଚ୍ଚିତ୍ର ଧାରା ବଦଳାଇବା ତାଙ୍କ ପାଇଁ କେତେ କେତେ କଷ୍ଟକର ହୋଇ ପଡିଥିଲା ସେ କଥା ଓଡିଶା ନିର୍ମାଣ କନକ୍ଲେଭ ମଂଚରେ ଉଠାଇଥିଲେ ବାବୁସାନ । ସେ କହିଥିଲେ, ଗୋଟେ ସମୟରେ ମୋତେ ମୋ ଫିଲ୍ମ ଭଲ ଲାଗୁନଥିଲା । ଭଲ ସବଜେକ୍ଟ, ଭଲ କଣ୍ଟେଣ୍ଟକୁ ଅପେକ୍ଷା କରିଥିଲି । ଭଲ ଫିଲ୍ମର ଫର୍ମୁଲା ସମସ୍ତଙ୍କ ସହଯୋଗ ରହିବା । ଫିଲ୍ମ ଦମନରେ ସମସ୍ତଙ୍କ ସହଯୋଗ ରହିବାରୁ ସଫଳ ହେଲା । ମାଲକାନଗିରିରେ ସୁଟିଂ ବେଳେ ଭଲ ଅନୁଭୂତି ଥିଲା । ଫିଲ୍ମର କାହାଣୀ ଭଳ ଅଛି ବୋଲି ଓଡିଆ ଫିଲ୍ମରେ ବିପ୍ଲବ ଆସିଲା ।
ଦିଶା ଦେଖାଇଲା ଦମନ: ଓଡିଶା ନିର୍ମାଣ କନକ୍ଳେଭରେ ସାମିଲ ହୋଇ ବାବୁସାନ କହିଲେ, ପରିବର୍ତ୍ତନ ଆଣିବା ସହଜ ନଥିଲା
/kanak/media/post_attachments/wp-content/uploads/2022/11/vlcsnap-2022-11-26-15h32m19s668.png)