ବାବୁସାନଙ୍କୁ ଦେଖାକରିବାକୁ ହସ୍ପିଟାଲରେ ପହଂଚିଲେ ପତ୍ନି ତୃପ୍ତି । ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡ଼ିକାଲରେ ଚିକତ୍ସିତ ହେଉଥିଲେ ଅଭିନେତା ବାବୁସାନ୍ 

1,184

କନକ ବ୍ୟୁରୋ : ବାବୁସାନ୍ଙ୍କୁ ଦେଖାକରିବାକୁ ହସ୍ପିଟାଲରେ ପହଂଚିଲେ ପତ୍ନି ତୃପ୍ତି । ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡ଼ିକାଲରେ ଚିକତ୍ସିତ ହେଉଛନ୍ତି ଅଭିନେତା ବାବୁସାନ୍ । ଦମନ ଫିଲ୍ମର ପ୍ରମୋସନ୍ ପାଇଁ ଯାଇ ଲେହରେ ଅସୁସ୍ଥ ହୋଇଥିଲେ ବାବୁସାନ୍ । ଅକ୍ସିଜେନ୍ ସ୍ତର କମିବା ଓ ପେଟଜନିତ ସମସ୍ୟା କାରଣରୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି ବାବୁସାନ୍ ।
ବାବୁସାନ ଡାକ୍ତରଖାନା ବେଡରେ ଶୋଇଥିବାର ଏକ ଫଟୋ ପୋଷ୍ଟ କରିଥିଲେ “ଦମନ’ ଫିଲ୍ମର ନିର୍ଦ୍ଦେଶକ ବିଶାଳ ମୌର୍ଯ୍ୟ । କିଛି ଦିନ ତଳେ ବାବୁସାନ ତାଙ୍କ ଫିଲ୍ମ “ଦମନ’ ପାଇଁ ଲଦାଖ ଯାଇଥିଲେ । ସେଠାରେ ବାଇକ ଚଳାଇବା ପରେ ତାଙ୍କ ଅକ୍ସିଜେନ ସ୍ତର କମିଯାଇଥିଲା । ଭୁବନେଶ୍ୱର ଫେରିବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ପ୍ରାୟ ତିନି ଚାରି ଦିନ ହେଲା ବାବୁସାନ ଚିକିତ୍ସାଧୀନ ଅଛନ୍ତି । ପୂର୍ବ ଅପେକ୍ଷା ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟିଛି ବୋଲି କୁହାଯାଉଛି ।