- ରାଜନୀତିରୁ ସନ୍ୟାସ ନେଲେ ବାବୁଲ ସୁପ୍ରିୟୋ
- କହିଲେ ଏଣିକି କରିବେ ସମାଜସେବା
ପଶ୍ଚିମ ବଙ୍ଗରେ ସକ୍ରିୟ ଥିବା ବିଜେପି ନେତା ବାବୁଲ ସୁପ୍ରିୟୋ ରାଜନୀତିରୁ ନେଇଛନ୍ତି ସନ୍ୟାସ । ଯାହାକି ଏବେ ଜାତୀୟ ରାଜନୀତିରେ ଚହଳ ସୃଷ୍ଟି କରିଛି । ସୋସିଆଲ ମିଡିଆ ଫେସବୁକରେ ଏକ ଶାୟରୀ ପୋଷ୍ଟ କରି ଏହି ବଡ ଘୋଷଣା କରିଛନ୍ତି ବାବୁଲ । ତେବେ ଆଗକୁ ଅନ୍ୟ କୌଣସି ରାଜ୍ୟନୈତିକ ଦଳରେ ଯୋଗ ଦେବେ ନାହିଁ ବରଂ ସମାଜସେବା କରିବେ ବୋଲି କହିଛନ୍ତି ବାବୁଲ । ଏଏନଆଇକୁ ଦେଇଥିବା ଏକ ସୂଚନାରେ ବାବୁଲ କହିଛନ୍ତି – ଅନ୍ୟ କୌଣସି ଦଳରେ ଯୋଗ ଦେବି ନାହିଁ । ମୁଁ ଏମିତି ଏକ ଖେଳାଳି ଯିଏ ଗୋଟିଏ ଟିମରୁ ହିଁ ଖେଳିବାକୁ ପସନ୍ଦ କରେ । ମୁଁ କେବଳ ଗୋଟିଏ ଟିମକୁ ସପୋର୍ଟ କରେ..
ବାବୁଲ ସୁପ୍ରିୟୋ ଗୋଟେ ମାସ ଭିତରେ ସରକାରୀ ବାସଭବନ ଖାଲି କରିବା ସହ ସଂସଦର ସଦସ୍ୟ ପଦରୁ ଖୁବଶୀଘ୍ର ଇସ୍ତଫା ଦେବେ ବୋଲି କହିଛନ୍ତି । ଚର୍ଚ୍ଚା ହେଉଛି କି ପଶ୍ଚିମବଙ୍ଗ ନିର୍ବାଚନରେ ଶୋଚନୀୟ ପରାଜୟ ଓ ମୋଦି କ୍ୟାବିନେଟରୁ ହଟାଯିବା ପରେ ରାଜନୀତିରୁ ସେ ସନ୍ନ୍ୟାସ ନେବା ପାଇଁ ମନସ୍ଥ କରିଥିଲେ । ଲଗାତାର କିଛି ଦିନ ହେବ ସେ ନିଜର ସୋସିଆଲ ମିଡିଆ ଆକାଉଁଟରେ ଏନେଇ ସଂକେତ ଦେଉଥିଲେ । ସୂଚନାଯୋଗ୍ୟ ଯେ, ସେ ପଶ୍ଚିମବଙ୍ଗ ଆସନସୋଲର ବିଜେପିର ସାଂସଦ ଥିଲେ ହେଲେ ଏବେ ସେ ରାଜନୀତିରୁ ସନ୍ୟାସ ନେଇଛନ୍ତି ।