indianexpress
କନକ ବ୍ୟୁରୋ : ବାବରି ମସଜିଦ ଭାଙ୍ଗିବା ପ୍ରସଙ୍ଗରେ ସେପ୍ଟେମ୍ବର ୩୦ ତାରିଖରେ ରାୟ ଶୁଣାଇବେ କୋର୍ଟ । ଏହି ମାମଲାର ରାୟ ଶୁଣାଇବେ ସ୍ୱତନ୍ତ୍ର ସିବିଆଇ କୋର୍ଟ । ଏହି ମାମଲାରେ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ, ବିଜେପି ନେତା ମୁରଲୀ ମନୋହର ଯୋଶୀ, କଲ୍ୟାଣ ସିଂହ ଏବଂ ଉମା ଭାରତୀଙ୍କ ସମେତ ୩୨ଜଣ ଅଭିଯୁକ୍ତ ଅଛନ୍ତି। ତେବେ ଶୁଣାଣି ଦିନ ଏମାନଙ୍କୁ ଉପସ୍ଥିତ ରହିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ବୁଧବାର ଦିନ ଲକ୍ଷ୍ନୌର ସ୍ୱତନ୍ତ୍ର ସିବିଆଇ ଅଦାଲତର ବିଚାରପତି ସୁରେନ୍ଦ୍ର କୁମାର ଅଯୋଧ୍ୟା ଅପରାଧିକ ଷଡ଼ଯନ୍ତ୍ର ମାମଲାର ରାୟ ଶୁଣାଇବାକୁ ଏହି ତାରିଖ ଧାର୍ୟ୍ୟ କରିଛନ୍ତି। ସମସ୍ତ ୩୨ ଅଭିଯୁକ୍ତଙ୍କ ବୟାନ ରେକର୍ଡ କରି ଏ ମାସ ପ୍ରାରମ୍ଭରେ ଅଦାଲତ ଏହି ମାମଲାର ସବୁ ପ୍ରକ୍ରିୟା ଶେଷ କରିଥିଲେ।
ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀ, କଲ୍ୟାଣ ସିଂହ ଏବଂ ଉମା ଭାରତୀଙ୍କ ସମେତ ଏହି ମାମଲାରେ ୩୨ ଅଭିଯୁକ୍ତଙ୍କ ମଧ୍ୟରୁ ୨୫ଜଣଙ୍କର ପ୍ରତିନିଧିତ୍ୱ କରୁଥିବା ଓକିଲ କେକେ ମିଶ୍ର ରାୟ ଶୁଣାଇବା ଲାଗି ଅଦାଲତ ସ୍ଥିର କରିଥିବା ତାରିଖ ସଂକ୍ରାନ୍ତରେ ସୁନିଶ୍ଚିତ କରିଛନ୍ତି।
ଶୀଘ୍ର ବିଚାର ଶେଷ କରିବା ନିମନ୍ତେ ସୁପ୍ରିମ୍ କୋର୍ଟ ତାରିଖ ଅନୁମୋଦନ କରିଥିଲେ ବି ବିଜେପିର ବରିଷ୍ଠ ରାଜନେତାମାନେ ସମ୍ପୃକ୍ତ ଥିବା ଏହି ସ୍ପର୍ଶକାତର ମାମଲା ଅଦାଲତରେ ଦୀର୍ଘ ଦିନ ଧରି ପଡ଼ିରହିଥିଲା।
Follow Us