ସମ୍ବଲପୁରୀ ଶାଢୀ ପିନ୍ଧି ମାରାଥନ ଦୌଡିଲେ ଓଡିଶାର ବବିତା ଦେବଦର୍ଶିନୀ । ୫୦ ବର୍ଷ ବୟସରେ ଦେଉଛନ୍ତି ଫିଟନେସ୍ ମନ୍ତ୍ର, ଓଡିଶାର ଶାଢୀକୁ ବିଶ୍ୱ ଦରବାରରେ ପହଞ୍ଚାଇବାକୁ ଲକ୍ଷ୍ୟ ।

124

 

କନକ ବ୍ୟୁରୋ : ଶାଢୀ ପିନ୍ଧି ମାରାଥନରେ ଦୌଡିଛନ୍ତି ଓଡିଶାର ଧାବିକା ବବିତା ଦେବଦର୍ଶିନୀ । ଟାଟା-ମୁମ୍ବାଇ ମାରାଥନରେ ସମ୍ବଲପୁରୀ ବାନ୍ଧ ଶାଢୀ ପିନ୍ଧି ସେ ୪୨ କିଲୋମିଟର ଦୌଡିଛନ୍ତି । ଗତ କେଇ ବର୍ଷ ଭିତରେ ୪୦ରୁ ଅଧିକ ମାରାଥନ ଭାଗ ନେଇଥିବା ବେଳେ ୧୮ଟି ମାରାଥନରେ ସେ ପିନ୍ଧିଛନ୍ତି ଓଡିଶାର ହସ୍ତତନ୍ତ ଶାଢୀ ।

୫୦ ବର୍ଷ ବୟସରେ ନିଜକୁ ଫିଟ ରଖିବା ସହ ସଭିଙ୍କୁ ସେ ଫିଟନେସ ରହିବାର ମନ୍ତ୍ର ଦେଇଛନ୍ତି ବବିତା । ଏହାସହ ବିଭିନ୍ନ ମାରାଥନରେ ଓଡିଶାର ଶାଢୀ ପିନ୍ଧି ଏହାକୁ ବିଶ୍ୱ ଦରବାରରେ ପହଞ୍ଚାଇବାକୁ ବବିତା ଦେବଦର୍ଶିନୀ ସଂକଳ୍ପ ନେଇଛନ୍ତି । ଆଗାମୀ ଦିନରେ ବିଭିନ୍ନ ରାଜ୍ୟରେ ହେବାକୁ ଥିବା ଗଣଦୌଡରେ ଓଡିଶାର ହସ୍ତତନ୍ତ ଶାଢୀ ପିନ୍ଧି ସାମିଲ ହେବେ ବୋଲି ବବିତା ଦେବଦର୍ଶନୀ କହିଛନ୍ତି ।