ଫ୍ରାନ୍ସରେ ଏବେ ବିନା ହାତରେ ଅନେକ ଶିଶୁ ଜନ୍ମ ହେବା ଘଟଣା ଚିନ୍ତାର ବିଷୟ ପାଲଟିଛି । ଏହି ଘଟଣା ଘଟିବା ପରେ ଦେଶବ୍ୟାପୀ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଫ୍ରାନ୍ସ ସରକାର । ପ୍ରଥମେ ଦେଶର ୩ଟି ସ୍ଥାନରେ ଏଭଳି ସମସ୍ୟା ଦେଖାଯାଇଥିଲା ।ଏହା ପରେ ଡାକ୍ତରଖାନା ଏବଂ ସ୍ୱାସ୍ଥ୍ୟ ଅଧିକାରୀ ଚିନ୍ତାରେ ପଡ଼ିଯାଇଥିଲେ । ପୂର୍ବରୁ ଏହାର କାରଣ ଜଣା ପଡୁନଥିବା ବେଳେ ଗର୍ଭାଶୟରେ ହିଁ ଭ୍ରୁଣ ଠିକ୍ ଭାବରେ ବିକଶିତ ହୋଇପାରୁନଥିବାରୁ ଏଭଳି ସମସ୍ୟା ଦେଖାଯାଉଥିବା ଜାଣି ପାରିଥିଲେ ଡ଼ାକ୍ତର । ଗର୍ଭାଶୟରେ ଭ୍ରୁଣର ବିକାଶ ଠିକ ଭାବରେ ନହେବାରୁ କିଛି ଶିଶୁ ହାତ, ଆଙ୍ଗୁଠି ବା ଗୁପ୍ତାଙ୍ଗ ବିନା ଜନ୍ମ ନେଉଛନ୍ତି ବୋଲି ଡ଼ାକ୍ତର ଜାଣି ପାରିଥିଲେ ।
ତେବେ ଦେଶରେ ଏଭଳି ସମସ୍ୟା କେତେ ଦୂର ରହିଛି ସେ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ଏଗନ୍ ବୁଜିୟାନ୍ ତଦନ୍ତର ନିର୍ଦ୍ଦେଶ ଦେଇ ସାରିଥିବା ବେଳେ ଦେଶବ୍ୟାପୀ ତଦନ୍ତର ଫଳାଫଳ ଜାନୁଆରୀ ମାସରେ ଜଣାଇ ଦିଆଯିବ । ପୂରା ଫ୍ରାନ୍ସ ଏ ବିଷୟରେ ଜାଣିବାକୁ ଚାହିଁବ ବୋଲି ଏକ ସାକ୍ଷାତକାରରେ ସେ କହିଥିବା ଦେଖାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/11/Baby-2-620x400.jpg)
/kanak/media/post_attachments/wp-content/uploads/2018/11/15-week-fetus-300x225.jpg)