କନକବ୍ୟୁରୋ : କୋଟି କୋଟି ଟଙ୍କା ଖର୍ଚ୍ଚ କରି ପୂର୍ବ ସରକାର ରାଜଧାନୀ ଭୁବନେଶ୍ବରରେ ପ୍ରସ୍ତୁତ କରିଥିଲେ ବାବାସାହେବ ଭୀମ୍ ରାଓ ଆମ୍ବେଦକର ବସ୍ ଟର୍ମିନାଲ। ଯାହା ରାଜ୍ୟରେ ସବୁଠାରୁ ବଡ଼ ବସ୍ ଟର୍ମିନାଲ ଅଟେ । ବସ୍ ଟର୍ମିନାଲ ପ୍ରସ୍ତୁତ କରିଥିଲେ ସତ କିନ୍ତୁ ଯାତ୍ରୀ ମାନଙ୍କର ମୌଳିକ ଆବଶ୍ୟକତା ପ୍ରତି ଧ୍ୟାନ ଦେଇନାହାନ୍ତି। ରାଜ୍ୟର କୋଣ ଅନୁକୋଣରୁ ଯାତ୍ରୀମାନେ ଏଠାକୁ ଆସୁଛନ୍ତି ଆଉ ଖାଇବାକୁ ପାଉ ନାହାନ୍ତି ।

Advertisment

ଯାତ୍ରୀ ମାନଙ୍କ ପାଇଁ ବସ୍ ଟର୍ମିନାଲ ଭିତରେ ଖାଇବା ଦୋକାନ ଖୋଲା ଯାଇଛି ସତ କିନ୍ତୁ ଏ ପର୍ଯ୍ୟନ୍ତ ଦୋକାନରୁ ଖାଇବା ମିଳୁନାହିଁ। ପୂର୍ବ ସରକାର କେବଳ ବାହା ବାହା ନେବେ ପାଇଁ ନିର୍ବାଚନ ପୂର୍ବରୁ ବସ୍ ଟର୍ମିନାଲକୁ ଉଦଘାଟନ କରିଦେଇଥିଲେ ବୋଲି କହିଛନ୍ତି ଯାତ୍ରୀ। ସାଧାରଣ ଲୋକଙ୍କ ଯେଉଁ ସବୁ ମୌଳିକ ଆବଶ୍ୟକତା ରହିଛି ସେ ସବୁ କିଛି କରିନାହାନ୍ତି ବୋଲି କହିଛନ୍ତି। ବର୍ତ୍ତମାନ ନୂଆ ସରକାର ଏହି ନୂଆ ସବ୍ ଟର୍ମିନାଲ ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ଯେଉଁ ସବୁ ସମସ୍ୟା ରହିଛି ତାହାର ସମାଧାନ କରନ୍ତୁ ବୋଲି ଯାତ୍ରୀ ମାନେ କହିଛନ୍ତି।