କାଲିର ମ୍ୟାଚରେ ପାକ୍ ପାଇଁ ସବୁଠୁ ଖାସ୍ ମୁହୂର୍ତ୍ତ: ଯେବେ କାନ୍ଦି ପକାଇଲେ ବାବରଙ୍କ ବାପା…

612

କନକ ବ୍ୟୁରୋ : ଅପେକ୍ଷା… ଅପେକ୍ଷା… ଅପେକ୍ଷା… ସେ ଅପେକ୍ଷାର ଅନ୍ତ ଘଟିଲା । ପାକିସ୍ତାନ ଇତିହାସ ରଚିଲା । ଦୀର୍ଘ ବର୍ଷ ଧରି ପାକିସ୍ତାନ ବିଶ୍ୱକପ୍ ଫରମାଟରେ କେବେବି ଭାରତକୁ ହରାଇ ପାରିନଥିବା ବେଳେ ଚଳିତ ଟି-୨୦ ବିଶ୍ୱକପରେ ଭାରତ ବିପକ୍ଷରେ ବିଜୟ ହୋଇଛି । ପାକିସ୍ତାନ କ୍ରିକେଟ୍ ଦଳର ପୂର୍ବ ଅଧିନାୟକମାନେ ଯାହା କରିପାରିନଥିଲେ ତାହା କରି ଦେଖାଇଛନ୍ତି ବାବର ଆଜମ୍ । ଗତକାଲି ଦୁବାଇରେ ଖେଳାଯାଇଥିବା ଭାରତ-ପାକିସ୍ତାନ ମ୍ୟାଚରେ ଭାରତଠାରୁ ପାକିସ୍ତା ୧୦ ୱିକେଟ୍ ବିନିମୟରେ ବିଜୟ ହୋଇଛି । ଏହି ମ୍ୟାଚରେ ପାକିସ୍ତାନର ଅଧିନାୟକ ବାବର ଆଜମ ଧୁଆଁଦାର ପ୍ରଦର୍ଶନ କରି ଦଳକୁ ବିଜୟର ସ୍ୱାଦ ଚଖାଇଛନ୍ତି । ଯାହାକୁ ନେଇ ବାବରଙ୍କ ବାପାଙ୍କ ଆଖିରେ ଖୁସିର ଲୁହ ଦେଖିବାକୁ ମିଳିଛି ।


ଷ୍ଟାଡିୟମରେ ବସି ପୁଅର ମ୍ୟାଚ୍ ଦେଖୁଥିଲେ ବାବରଙ୍କ ବାପା । ଆଉ ଭଗବାନଙ୍କ ପାଖରେ ବିଜୟର କାମନା କରୁଥିଲେ । ପଡିଆରେ ମ୍ୟାଚ୍ ଆରମ୍ଭରୁ ଶେଷ ଯାଏଁ ପୁଅକୁ ଉତ୍ସାହିତ କରିଥିଲେ ବାବରଙ୍କ ବାପା । ବିଶ୍ୱକପ୍ ଭଳି ଫର୍ମାଟରେ ପାକିସ୍ତାନ କେବେ ବି ଭାରତକୁ ହରାଇନଥିବାର ପାକିସ୍ତାନ ପାଇଁ କଳା ଇତିହାସ ରହିଥିଲା ସେହି ଦାଗକୁ ଲିଭାଇବା ପାଇଁ ଏଥର କୌଣସି ବି ମୌକା ଛାଡିନଥିଲେ ପାକ୍ ଖେଳାଳି । ଶଷରେ ପାକିସ୍ତାନବାସୀଙ୍କ ଦୀର୍ଘ ପ୍ରତିକ୍ଷାର ଅନ୍ତ ଘଟାଇ ଦେଶ ପାଇଁ ଏକ ସ୍ୱର୍ଣ୍ଣିମ ଇତିହାସ ଗଢିଥିଲେ ବାବର । ଯାହାକୁ ନେଇ ଖୁସିରେ ଭାବ ବିହୋଳିତ ହୋଇ କାନ୍ଦିପକାଇଥିଲେ ବାବରଙ୍କ ବାପା । ସେହି ସମୟର ମୁହୁର୍ତ୍ତ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି