ପରାଜୟ ପରେ ପାକିସ୍ତାନ ଟିମର କ୍ଲାସ ନେଲେ ବାବର ଆଜମ: କହିଲେ ଏମିତି କଥା…

370

କନକ ବ୍ୟୁରୋ: ଟି-୨୦ ବିଶ୍ୱକପର ଲିଗ ପର୍ଯ୍ୟାୟରେ ଗୋଟିଏ ବି ମ୍ୟାଚ ହାରିନଥିଲା ପାକିସ୍ତାନ । ହେଲେ ସେମିଫାଇନାଲରେ ପାକିସ୍ତାନର ବିଜୟ ଧାରାରେ ବ୍ରେକ ଲଗାଇଥିଲା ଅଷ୍ଟ୍ରେଲିଆ । ହେଲେ ପରାଜୟ ପରେ ବି ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ ଆତ୍ମବିଶ୍ୱାସ ଦୃଢ ରହିଛି । ଯାହାକି ଏକ ଭିଡିଓରକୁ ପ୍ରମାଣିତ ହୋଇଛି । ଡ୍ରେସିଂ ରୁମରେ ନିଜ ଟିମର ଖେଳାଳିମାନଙ୍କୁ ବାବର ଆଜମ ଉତ୍ସାହଜନକ ସ୍ପିଚ ଦେଇଥିଲେ ।

ଡ୍ରେସିଂ ରୁମରେ ଟିମର ଏହି ଭିଡିଓକୁ ପିସିବି ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛି । ଏଥିରେ ବାବର ଆଜମ ନିଜ ଖେଳାଳିଙ୍କ ଆତ୍ମବିଶ୍ୱାସ ଦୃଢ କରିଛନ୍ତି । ଆଉ କହିଛନ୍ତି, ଦୁଃଖ ଆମ ସମସ୍ତଙ୍କୁ ଲାଗୁଛି । ଆମେ କଣ ଭୁଲ କଲୁ, କେଉଁଠି ଅଟକି ଗଲୁ? ସେ ଦୋଷ ଆମେ କେହି କାହା ଉପରେ ଲଦିବାନହିଁ । କେହି କାହାକୁ କହିବାନି କି ତା ଭୁଲ ଯୋଗୁଁ ଆମେ ହାରିଗଲୁ କି ୟା ଭୁଲ ଯୋଗୁଁ ଆମେ ହାରିଲୁ । ଆମକୁ ଆମ ୟୁନିଟି ବଜାୟ ରଖିବାକୁ ପଡିବ ।

ସେ ଆହୁରି ମଧ୍ୟ କହିଛନ୍ତି କି, ଆମେ ହାରିଗଲୁ ସେଥିରେ କିଛି ଅସୁବିଧା ନାହିଁ । ଆମେ ଏଥିରୁ ସିଖିବା, ଆଉ ଆଗାମୀ ସିରିଜ ଗୁଡିକରେ ଏହି ଭୁଲ ଯେପରି ନହୁଏ, ସେଥିପ୍ରତି ଧ୍ୟାନ ଦେବା । ସମସ୍ତଙ୍କୁ ନଜରରେ ରଖିବାକୁ ହେବ ଆମେ ଯେଉଁ ଏକତା କରିଛୁ ତାହା ଯେପରି ନଭାଙ୍ଗେ ।