କନକ ବ୍ୟୁରୋ : ନିର୍ବାଚନ ମୈଦାନରେ ଆଧ୍ୟାତ୍ମିକବାଦୀ ମଣିଷ । ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକମାନେ ନିର୍ବାଚନ ଲଢୁଥିବା ଦେଖିବାକୁ ମିଳିଛି । କେଉଁଠି ଉଚ୍ଚଶିକ୍ଷିତ ଯୁବପିଢୀ ନିର୍ବାଚନ ଲଢୁଛନ୍ତି ତ ପୁଣି କେଉଁଠି ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ନିର୍ବାଚନ ଲଢୁଛନ୍ତି । କାକଟପୁର ନିର୍ବାଚନ ମଣ୍ଡଳୀର ଭିନ୍ନ ଭିନ୍ନ ଗ୍ରାମ ପଂଚାୟତ ପାଇଁ ଦୁଇଜଣ ବାବା ନିର୍ବାଚନ ମୈଦାନଙ୍କୁ ଓହ୍ଲାଇଛନ୍ତି ।

Advertisment

ଜଣେ ଯୋଗାଚାର୍ଜ୍ୟ ହୋଇଥିବା ବେଳେ ଅନ୍ୟ ଜଣେ ବୈଦିକ କର୍ମକାଣ୍ଡ କରୁଥିବା ଜଣେ ପଣ୍ଡିତ, ଯିଏକି ଲାପଟପ୍ ବାବା ବେଶ ପରିଚିତ । ଏହି ଦୁଇ ଜଣ ପ୍ରାର୍ଥୀଙ୍କ ନିଆରା ପ୍ରଚାର ଏବେ କାକଟପୁର ଅଂଚଳରେ ରାଜନୈତିକ ଚର୍ଚ୍ଚା ସୃଷ୍ଟି କରିଛି । ଅସ୍ତରଙ୍ଗ ଝାଡ଼ଲିଙ୍ଗ ପଂଚାୟତ ପାଇଁ ବାବା ବୃନ୍ଦାବନ ସରପଂଚ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି । ବାବା ବୃନ୍ଦାବନ ପ୍ରଥମେ ପାରାଦୀପ ବନ୍ଦରରେ ଚିକିରି କରୁଥିଲେ । ଏହାପରେ ଯୋଗ ଓ ପ୍ରବଚନ ମାଧ୍ୟମରେ ଇଶ୍ୱରବିଶ୍ୱାସୀ କରାଇବା ପାଇଁ ଉଦ୍ୟମ କରିଥିଲେ ।

ଏବେ ସରପଂଚ ପ୍ରାର୍ଥୀ ଭାବେ ନିର୍ବାଚନ ମୌଦାନକୁ ଓହ୍ଲାଇଛନ୍ତି । ଘର ଘର ବୁଲି ନାମସଂକିର୍ତନ ମାଧ୍ୟମରେ ଭୋଟ ଭିକ୍ଷା କରୁଛନ୍ତି ବୃନ୍ଦାବନ । ସେହିପରି ସୁହାଗପୁର ଗ୍ରାମପଂଚାୟତରେ ସମିତି ସଭ୍ୟ ପାଇଁ ପ୍ରାର୍ଥୀ ହୋଇଛନ୍ତି ପଣ୍ଡିତ ଚିତରଂଜନ । ଚିତରଂଜନ ମିଶ୍ର ଯଜ୍ଞକର୍ମକାଣ୍ଡରେ ଲାପଟପ୍ ମାଧ୍ୟମରେ ବେଦ ଉଚାରଣ କରି ଲାପଟପ୍ ବାବା ଭାବେ ପରିଚିତ । ପୂଜା ପାଠ ଓ ଯଜ୍ଞ କାର୍ଯ୍ୟ ଚିତରଂଜନଙ୍କ କୌଳିକ ବୃତି ହୋଇଥିବା ବେଳେ ଅନେକ ସମୟରେ ସମାଜସେବା କରି ଲୋକପ୍ରିତା ହାସଲ କରିଛନ୍ତି । ଲୋକଙ୍କ ସେବା କରିବା ଉଦେ୍ଧଶ୍ୟ ଚଳିତ ଥର ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ।