ଜେଲରୁ ମୁକୁଳିବା ଖୁସିରେ ଧ୍ୟାନରେ ବସିଲେ ସାରଥୀ। ସକାଳୁ ଖାଲି ପେଟରେ ଗାଧୋଇପାଧୋଇ କଲେ ସାଧନା

1,479

କନକ ବ୍ୟୁରୋ: ଧ୍ୟାନ ମୁଦ୍ରାରେ ମାନ୍ୟବର । ଜେଲରୁ ମୁକୁଳିବା ଖୁସିରେ ଗତକାଲିଠାରୁ ଅନ୍ନଜଳ ସ୍ପର୍ଶ କରୁନାହାନ୍ତି ବାବା ସାରଥୀ ଓରଫ୍ ସନ୍ତୋଷ ରାଉଳ । ଏପରିକି ଗତକାଲିଠାରୁ ବାବା କାହା ସହ କଥାବାର୍ତ୍ତା ବି ହେଉନାହାଁନ୍ତି । ଖାଲି ଗୋଟିଏ ସ୍ଥାନରେ ଚେକାମୁଠି ପକେଇ ଧ୍ୟାନ ମଗ୍ନରେ ବସିରହିଛନ୍ତି ସାରଥୀ । ଆଜି ସକାଳୁ ବି ବାବା ସ୍ନାନ ସାରି ଧ୍ୟାନ ମୁଦ୍ରାରେ ବସିଛନ୍ତି । ଆଉ ଖାଇବା ପିଇବା ମଧ୍ୟ ଛାଡି ଦେଇଛନ୍ତି ।

ତେବେ ସାରଥୀଙ୍କ ଓକିଲ ଚୈଦ୍ୱାର ଜେଲ୍ ଆସି ତାଙ୍କ ଦସ୍ତଖତ ନେଇ କେନ୍ଦ୍ରାପଡା ଦୈରାଜର୍ଜ କୋର୍ଟକୁ ଯାଇଥିବା ବେଳେ ରିଲିଜ୍ ଅର୍ଡର ଆସିଲେ ମାନ୍ୟବର ଚୈଦ୍ୱାର ଜେଲରୁ ଆଜି ସଂଧ୍ୟା ସୁଦ୍ଧା ମୁକୁଳିବା ନେଇ ସମ୍ଭାବନା ରହିଛି । ତେବେ ଚୈଦ୍ୱାର ଜେଲରେ ବର୍ତ୍ତମାନ ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି ।

ବାରିମୂଳ ଯିବାକୁ ରହିଛି କୋର୍ଟଙ୍କ କଟକଣା—

ଏପଟେ, ଚାରି ବର୍ଷ ପରେ ଜେଲର ଚାରି କାନ୍ଥରୁ ବାହାରିବେ ବାବା ସାରଥୀ ଓରଫ ସନ୍ତୋଷ ରାଉଳ । ସାରଥୀ ସାମ୍ରାଜ୍ୟର ପ୍ରତିଷ୍ଠାତା ଜେଲରେ ୪ ବର୍ଷ ବିତାଇବା ପରେ ବାବାଙ୍କୁ ମିଳିଛି ସର୍ତ୍ତମୂଳକ ଜାମିନ । ତେବେ ହାଇକୋର୍ଟ ତରଫରୁ ସାରଥୀଙ୍କୁ ଦିଆଯାଇଥିବା ସର୍ତ୍ତଗୁଡିକ ହେଲା..

• ଜେଲରୁ ମୁକୁଳିବା ପରେ ସାକ୍ଷୀଙ୍କୁ ପ୍ରଭାବିତ କରି ପାରିବେନି ସାରଥୀ । କୋଣସି ବି ସାକ୍ଷୀଙ୍କୁ ପ୍ରଭାବିତ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

• ବାବାଙ୍କୁ ମନା ବାରିମୂଳ । ନିଜ ଆଶ୍ରମ ବାରିମୂଳକୁ ଯାଇ ପାରିବେନି ସାରଥୀ । ଜାମିନ ପାଇଲା ପରେ ବି ବାରିମୂଳକୁ ଯିବାକୁ କଟକଣା ଜାରି କରିଛନ୍ତି କୋର୍ଟ ।

• ବାରିମୂଳ ଛଡା ରାଜ୍ୟ ବାହାରକୁ ମଧ୍ୟ ଯାଇପାରିବେନି ସାରଥୀ

• ଜେଲରୁ ବାହାରିବା ପରେ କୌଣସି ସ୍ଥାନରେ ଧର୍ମୀୟ ସଭା କରି ପାରିବେନି ସାରଥୀ । ସାଧାରଣ ସ୍ଥାନରେ ଧର୍ମ ସଭା କରିବାକୁ ମନା କରିଛନ୍ତି କୋର୍ଟ ।

• ଉପରୋକ୍ତ ୪ ବଡ ବଡ ନିର୍ଦ୍ଦେଶ ସହ ତଦନ୍ତକାରୀ ଅଧିକାରୀଙ୍କୁ ପୂର୍ଣ୍ଣମାତ୍ରାରେ ତଦନ୍ତରେ ସାହାଯ୍ୟ କରିବାକୁ ସାରଥୀକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।