କନକ ବ୍ୟୁରୋ : କରୋନା ପାଇଁ ବାବାଙ୍କ ରାମବାଣ । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ହାଲକା ଭାବେ ନ ନେବାକୁ ଯୋଗଗୁରୁ ବାବା ରାମଦେବ ପରାମର୍ଶ ଦେଇଛନ୍ତି ।
ସେ କହିଛନ୍ତି, ଦୁନିଆରେ ଏହି କରୋନା ଭୟଙ୍କର କ୍ଷତି ଘଟାଇଛି । ବିଭିନ୍ନ ତଥ୍ୟ ଆଧାରରେ ରାମଦେବ କହିଛନ୍ତି, କାଢା ଦ୍ୱାରା ରୋଗ ପ୍ରତିଷେଧକ କ୍ଷମତା ବୃଦ୍ଧି ହୋଇଥାଏ । ତେଣୁ ପୂର୍ବରୁ ଯେଭଳି କାଢା ବ୍ୟବହାର ହେଉଥିଲା ଏବେ ବି ସେଭଳି କାଢା ବ୍ୟବହାର କରାଯାଉ । ସେହିଭଳି ବାହାରକୁ ବାହାରିଲେ ନାକରେ ଅଣୁତେଲ ପକାଇବାକୁ ସେ ପରାମର୍ଶ ଦେଇଛନ୍ତି ।
ପୂର୍ବରୁ ବି କରୋନା ମେଡିସିନ୍ ବାହାର କରିଥିବା ଦାବି କରିଥିଲେ ବାବା ରାମଦେବ୍ । କରୋଲିନ୍ ଖାଇଲେ କରୋନାରୁ ମୁକ୍ତି ମିଳିବ ବୋଲି କହିଥିଲେ । ଏବେ ଯେତେବେଳେ ଦେଶରେ କରୋନାର ତୃତୀୟ ଲହର ଆସିବାକୁ ଯାଉଛି, ସେତେବେଳେ କରୋନାର ରାମବାଣ ଆଣିଥିବା କହିଛନ୍ତି ବାବା ରାମଦେବ୍