କରୋନା ମୁକାବିଲା ପାଇଁ ଆସିଲା ରାମବାଣ । ରାମଦେବ କହିଲେ ୭ଦିନ ଭିତରେ ଆରୋଗ୍ୟ ହେବେ କରୋନା ଆକ୍ରାନ୍ତ । କିନ୍ତୁ କେନ୍ଦ୍ର ସରକାର କହିଲେ, ଔଷଧ ନେଇ ସରକାରଙ୍କ ପାଖରେ ତଥ୍ୟ ନାହିଁ ।

1,306

କନକ ବ୍ୟୁରୋ: କରୋନା ଚିକିତ୍ସାରେ ସହାୟକ ହେବ ଆୟୁର୍ବେଦିକ ମେଡିସିନ କୋରୋନିଲ । କରୋନା ଭୂତାଣୁକୁ ନେଇ ସାରା ବିଶ୍ୱରେ ସଙ୍କଟଜନକ ପରିସ୍ଥିତି ସୃଷ୍ଟି ହୋଇଛି ।ହେଲେ ଏପର୍ଯ୍ୟନ୍ତ ଏହି ଭୂତାଣୁକୁ ମାତ୍ ଦେବା ପାଇଁ କୌଣସି ଔଷଧ ବାହାରିନି । ଔଷଧ ବାହାର କରିବା ପାଇଁ ଗବେଷଣା ଚାଲିଛି । ଅନେକ ପରୀକ୍ଷାନିରୀକ୍ଷା କରାଯାଉଛି । ଏହାରି ଭିତରେ ଯୋଗଗୁରୁ ବାବା ରାମଦେବଙ୍କ ପତଂଜଳି କମ୍ପାନୀ କରୋନା ଔଷଧ ବାହାର କରିଥିବା ନେଇ ଦାବି କରାଯାଇଛି । କରୋନା ଭୂତାଣୁର ଔଷଧ ବାହାର କରିବାରେ କମ୍ପାନୀ ସଫଳ ହୋଇଥିବା ସାମ୍ବାଦିକ ସମ୍ମଳନୀରେ ସୂଚନା ଦେଇଛନ୍ତି ବାବା ରାମଦେବ ।

ତେବେ ଏହାର କ୍ଲିନିକାଲ ଷ୍ଟଡି କରାଯିବା ପରେ ଶହେ ଜଣଙ୍କ ଠାରେ ଏହାର ପରୀକ୍ଷା କରାଯାଇଛି ।ଆଉ ୩ଦିନ ମଧ୍ୟରେ ୬୫ ପ୍ରତିଶତ ରୋଗୀ ପଜିଟିଭରୁ ନେଗେଟିଭ ହୋଇଯାଇଛନ୍ତି । ଆଉ ୭ଦିନ ଭିତରେ ଶହେ ପ୍ରତିଶତ ରୋଗୀ ସୁସ୍ଥ ହୋଇଥିବା ଦାବି କରିଛନ୍ତି ବାବା ରାମଦେବ । ପୁରା ଗବେଷଣାରେ ଏହାର ପ୍ରସ୍ତୁତି କରାଯାଇଛି । ଏଡି ଔଷଧ ତିଆରିରେ ଦେଶି ସାମଗ୍ରୀ ବ୍ୟବହାର ହୋଇଛି ।

ସେପଟେ କେନ୍ଦ୍ର ସରକାରଙ୍କ ଅୟୂଷ ମନ୍ତ୍ରଣାଳୟ କିନ୍ତୁ ଏହାକୁ ନେଇ କଟକଣା ଲଗାଇଛି । ମନ୍ତ୍ରଣାଳୟ କହିଛି କି, କରୋନା ଭଳି ମହାମାରୀ ବେଳେ ସରକାରଙ୍କୁ ପତଞ୍ଜଳିର କରୋନା ପ୍ରତିଶେଷଧକ ବାବଦରେ କିଛି ତଥ୍ୟ ହସ୍ତଗତ ହୋଇନାହିଁ । ତେଣୁ କରି ବିସ୍ତୃତ ତଥ୍ୟ ଦେବା ଯାଏଁ ବିଜ୍ଞାପନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।