କନକ ବ୍ୟୁରୋ: ଯୋଗ ଶିବିର ଆୟୋଜନ କରୁଥିଲେ ଆଉ ଟିକସରୁ ବର୍ତ୍ତିପାରିବେନି ଯୋଗ ଗୁରୁ ବାବା ରାମଦେବ । ଏନେଇ ସୁପ୍ରିମକୋର୍ଟରୁ ରାମଦେବଙ୍କୁ ମିଳିଛି ବଡ଼ ଝଟକା । ଅକ୍ଟୋବର ୨୦୦୬ରୁ ମାର୍ଚ୍ଚ ୨୦୧୧ ମଧ୍ୟରେ କରାଯାଇଥିବା ଯୋଗ ଶିବିର ପାଇଁ ପତଞ୍ଜଳି ଯୋଗପୀଠ ଟ୍ରଷ୍ଟକୁ ସୁଧ ସମେତ ୪.୫ କୋଟି ଟଙ୍କା ଟିକସ ଦେବାକୁ ପଡିବ ।
Kanak News is now on WhatsApp
Join and get latest news updates delivered to you via WhatsApp
ଏହି ଶିବିରରେ ପ୍ରବେଶ ଶୁଳ୍କ ନିଆଯାଉଥିବାରୁ ଏହା ହେଲ୍ଥ ଆଣ୍ଡ ଫଟନେସ୍ ସେବା ଅଧିନରେ ଆସୁଥିବା କହିଛନ୍ତି ସୁପ୍ରିମକୋର୍ଟ । ଏହି ମାମଲାରେ ସେବା ଟିକସ ଅପିଲ ଟ୍ରିବ୍ୟୁନାଲର ନିଷ୍ପତ୍ତିିକୁ ସମର୍ଥନ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଏହାସହ ପତଞ୍ଜଳି ଯୋଗପୀଠ ଟ୍ରଷ୍ଟର ଆବେଦନକୁ ଖାରଜ କରିବା ସହ ଟ୍ରିବ୍ୟୁନାଲ ଆଦେଶରେ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ ।