କନକ ବ୍ୟୁରୋ : ଯୋଗ ଗୁରୁ ରାମଦେବ ଖୁବ୍ ଶୀଘ୍ର ଲଣ୍ଡନର ମେଡାମ ତୁସାଦ ସଂଗ୍ରହାଳୟରେ ଯୋଗ କରୁଥିବା ନଜର ଆସିବେ । କାରଣ ଏହି ବିଶ୍ୱପ୍ରସିଦ୍ଧ ସଂଗ୍ରହାଳୟରେ ଯୋଗଗୁରୁ ରାମଦେବ ବାବାଙ୍କ ପ୍ରତିମୂର୍ତି ଲାଗିବ । ତେବେ ସ୍ୱାମୀ ବିବେକାନନ୍ଦଙ୍କ ପରେ ଏହା ପ୍ରଥମ ଭାରତୀୟ ସନ୍ଥର ପ୍ରତିମୂର୍ତି ଯାହା ସଂଗ୍ରହାଳୟର ଶୋଭା ବଢ଼ାଇବ । ଏନେଇ ସ୍ୱଷ୍ଟ କରିଛନ୍ତି ଖୋଦ୍ ରାମଦେବ ବାବା ଓ ତାଙ୍କର ମୁଖପାତ୍ର ଏସକେ ତିଜାରାୱାଲା ।
ସେପଟେ ଏହା ଭାରତୀୟ ଋଷି ପରମ୍ପରାର ସଂସ୍କୃତି ଓ ଗର୍ବର କଥା ବୋଲି ରାମଦେବ ବାବା କହିଛନ୍ତି । କିଛି ଦିନ ହେବ ବାବା ରାମଦେବ ଲଣ୍ଡନରେ ଥିବା ବେଳେ ବଙ୍କିଘମ ଷ୍ଟାଡିୟମରେ ଯୋଗ ଶିବିରର ଆୟୋଜନ କରାଯାଇଛି । ଏହି ସମୟରେ ମେଡମ ତୁସାଦ ସଂଗ୍ରାହଳୟରେ ବାବା ରାମଦେବ ୩ଘଂଟା ସମୟ ଅତିବାହିତ କରିଥିବା ବେଳେ ତାଙ୍କ ହାତ, ଗୋଡ ଓ ମୁହଁର ମାପ ନିଆଯାଇଥିଲା । ତେବେ ଏହି ପୁରା କାର୍ଯ୍ୟରେ ପାଖାପାଖି ୬ମାସ ଲାଗିଯିବ ବୋଲି ଆଶଙ୍କା କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/06/ramdev.jpg)
/kanak/media/post_attachments/wp-content/uploads/2018/06/Ramdev-on-Swami-Vivekananda-300x152.jpg)