କରୋନାକୁ ଦୂର କରିବ ଆୟୁର୍ବେଦିକ ଔଷଧ : ୭ ଦିନ ଭିତରେ ବଜାରକୁ ଆସିବ ପତଞ୍ଚଳୀ ପ୍ରସ୍ତୁତ କରୋନା ଔଷଧ “କୋରୋନିଲ୍” । ଖାଇବାର ମାତ୍ର ୭ ଦିନ ଭିତରେ ଶତପ୍ରତିଶତ ସୁସ୍ଥ ହୋଇଯିବେ ରୋଗୀ !

1,853

ସାରା ବିଶ୍ୱକୁ ଗୃହବନ୍ଦୀ କରିଥିବା କରୋନା ଭାଇରସ୍ ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ଏଯାଏଁ କୌଣସି ଔଷଧ ବାହାରିନାହିଁ । ଏଭଳି ସମୟରେ ଯୋଗଗୁରୁ ରାମଦେବ ବାବାଙ୍କ ପତଞ୍ଜଳୀ କମ୍ପାନୀ ଭୁତାଣୁର ଔଷଧ ବାହାର କରିଥିବା କଥା କହିଛନ୍ତି । ଏକ ପ୍ରେସ୍ କନଫ୍ରେନ୍ସରେ ରାମଦେବ କହିଛନ୍ତି , “ସାରା ବିଶ୍ୱ କରୋନାର ଔଷଧକୁ ଅପେକ୍ଷା କରିଥିବା ବେଳେ ବଡ଼ ଗର୍ବର ସହ କହିବାକୁ ପଡୁଛି ଯେ ପତଞ୍ଜଳୀ ଏହାର ପ୍ରଥମ ଆୟୁର୍ବେଦ ଔଷଧକୁ ପ୍ରସ୍ତୁତ କରିସାରିଛି ।” ଯାହାକୁ ୧୦୦ ଲୋକଙ୍କ ଠାରେ ପରୀକ୍ଷା ମଧ୍ୟ କରାଯାଇଛି । ଏହି ଔଷଧର ପ୍ରୟୋଗରେ ମାତ୍ର ୩ ଦିନ ଭିତରେ ୬୫ % ରୋଗୀ ପଜିଟିଭ୍ ରୁ ନେଗେଟିଭ୍ ହୋଇଥିବାବେଳେ ୭ ଦିନ ଭିତରେ ୧୦୦ % ଲୋକ ସମ୍ପୁର୍ଣ୍ଣ ଠିକ୍ ହୋଇଥିବା କଥା ଯୋଗଗୁରୁ କହିଛନ୍ତି । ସମ୍ପୁର୍ଣ୍ଣ ରିସର୍ଚ୍ଚରେ ଏହି ଔଷଧ ପ୍ରସ୍ତୁତ କରାଯାଇଛି । ପତଞ୍ଜଳୀ କମ୍ପାନୀ କହିବାନୁସାରେ , କରୋନା ଭାଇରସ୍ କୁ କାବୁ କରୁଥିବା ଏହି ଔଷଧ ସମ୍ପୁର୍ଣ୍ଣ ଆୟୁର୍ବେଦିକ ଯାହାର ନାଁ “କୋରୋନିଲ୍” ରହିଛି ।

ପତଞ୍ଜଳୀର ଆଚାର୍ଯ୍ୟ ବାଲକୃଷ୍ଣଙ୍କ କହିବାନୁସାରେ , ଆୟୁର୍ବେଦ ସାହାଯ୍ୟରେ ପତଞ୍ଜଳୀ କରୋନା ଭାଇରସର ଔଷଧ ବାହାର କରିସାରିଛି । ଭାରତରେ କରୋନା ନାମକ ଭୁତାଣୁ ପ୍ରବେଶ କରିବା ଦିନଠୁ ଏହାର ଔଷଧ ପ୍ରସ୍ତୁତ କାର୍ଯ୍ୟରେ ପତଞ୍ଜଳୀ ଲାଗିପଡିଥିଲା , ଯାହା ଏବେ ସଫଳ ହୋଇଛି । ଏହି ଔଷଧ ପତଞ୍ଜଳୀ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ହରିଦ୍ୱାର ଏବଂ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ ଜୟପୁର ଦ୍ୱାରା କରାଯାଇଥିବା କଥା ପତଞ୍ଜଳୀ କମ୍ପାନୀ ପ୍ରେସ୍ କନଫ୍ରେନ୍ସରେ କହିଛି । ଔଷଧର ପ୍ରସ୍ତୁତି ଦିବ୍ୟ ଫାର୍ମାସୀ ହରିଦ୍ୱାର ଏବଂ ପତଞ୍ଜଳୀ ଆୟୁର୍ବେଦ ଲିମିଟେଡ୍ ହରିଦ୍ୱାର ଦ୍ୱାରା କରାଯାଇଛି ।

କୋରୋନିଲରେ ଗିଲୋୟ,ତୁଳସୀ ଏବଂ ଅଶ୍ୱଗନ୍ଧା ଥିବାରୁ ଏହା ଇମ୍ୟୁନ୍ ସିଷ୍ଟମକୁ ମଜବୁତ କରିଥାଏ । ଏହାଛଡ଼ା ଅଣୁତେଲ ନାକରେ ପକାଇବା ଦ୍ୱାରା ରେସପରେଟରୀ ସିଷ୍ଟମରେ କୌଣସି ଭାଇରସ୍ ଥିଲେ ତାହାର ଅନ୍ତ ହୋଇଥାଏ । ଶ୍ୱସାରୀ ନାମକ ଏକ ଆୟୁର୍ବେଦ ଚେର ରେସପରେଟରୀ ସିଷ୍ଟମକୁ ମଜବୁତ କରେ । ରାମବାବାଙ୍କ କହିବାନୁସାରେ , ପ୍ରଥମେ ଆୟୁର୍ବେଦ ଓ ଏହାର ଡାକ୍ତରୀ ଟେଷ୍ଟ୍ କରିବା କାଠିକର ପାଠ ଥିଲା । ଲୋକମାନେ ଭାଇରସର ଔଷଧକୁ ନେଇ ମଧ୍ୟ ଆଶା ଛାଡିଦେଇଥିଲେ କିନ୍ତୁ ବର୍ତ୍ତମାନ ଏହାର ଔଷଧ ପ୍ରସ୍ତୁତ ହୋଇଗଲା । ଆଉ ସାତଦିନ ପରେ ଏହି ଔଷଧ ପତଞ୍ଜଳୀ ଷ୍ଟୋରରେ ମିଳିବ ବୋଲି ଯୋଗଗୁରୁ କହିଛନ୍ତି । ଏତଦବ୍ୟତୀତ ଏହି ଔଷଧର ଡେଲିଭରି ପାଇଁ ଏକ ଆପ୍ ମଧ୍ୟ ଲଞ୍ଚ୍ କରାଯିବ । ଯେଉଁଥିରେ ଅର୍ଡର କରିବାର ୩ ଦିନ ପରେ ହିଁ ଘରେ ଔଷଧ ଡେଲିଭରି ହୋଇଯିବ ।