କନକ ବ୍ୟୁରୋ:ଆଇଏମଏ ପରେ ୟେଲୋପାଥିକୁ ନେଇ ବିବାଦୀୟ ବୟାନ ଦେବା ପରେ ବାବା ରାମଦେବଙ୍କ ପାଇଁ ବଢୁଛି ଅଡୁଆ । ଗୋଟେପଟେ ବାବା ରାମଦେବଙ୍କୁ ନେଇ ହରଡ ଘଣାରେ ବି କେନ୍ଦ୍ର ସରକାର । ସୋସିଆଲ ମେଡିଆରେ ବିରୋଧୀ ବି ବେସ୍ ରୋଚକ କମେଣ୍ଟମାନ ଦେଉଛନ୍ତି । ଏହାରି ଭିତରେ ଏଭଳି ବୟାନ ବିରୋଧରେ ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମଏ) ବାବା ରାମଦେବଙ୍କ ପାଖକୁ କାନୁନୀ ନୋଟିସ ପଠାଇଥିବା ବେଳେ ଏବେ ଫେଡେରେସନ ଅଫ୍ ଅଲ ଇଣ୍ଡ୍ରିଆ ମେଡିକାଲ ଆସୋସିଏସନ (ଏଫଏଆଇଏମଏ) ତରଫରୁ ବି କାନୁନୀ ନୋଟିସ ପଠାଯାଇଥିବା ସୂଚନା ମିଳିଛି । ଏହାସହ ଏଫଏଆଇଏମଏ କର୍ମଚାରୀ ମାନଙ୍କ ସହ ଏକଜୁଟ୍ ଥିବା ଦର୍ଶାଇ ପୁରା ଦେଶରେ ରେଜିଡେଣ୍ଟ ଡକ୍ଟର ଆସୋସିଏସନ ( ଆରଡିଏଏସ) ମାଧ୍ୟମରେ ବାବା ରାମଦେବଙ୍କ ପାଖକୁ ବି କାନୁନୀ ନୋଟିସ ପଠାଯାଇଛି ।

Advertisment

ଏଫଏଆଇଏମଏ ତରଫରୁ କୁହାଯାଇଛି କି, ବାବା ରାମଦେବ୍ ଶସ୍ତା ରାଜନୀତି ଚକ୍କ୍ରରେ ଏଲୋପାଥି ବିରୋଧରେ ଏଭଳି ମନ୍ତବ୍ୟ ଦେଉଛନ୍ତି । ଏଭଳି ମନ୍ତବ୍ୟକୁ ସଂଘ ତରଫରୁ ନିନ୍ଦା କରାଯିବା ସହିତ ବାବା ରାମଦେବଙ୍କ ବୟାନ ଉପରେ ପ୍ରମାଣ ନହେଲେ ବାବା ରାମଦେବ କ୍ଷମା ମାଗିବାକୁ ଦାବି କରିଛି ଏଫଏଆଇଏମଏ ।

କହିରଖୁ କି କରୋନା ଭଳି ମହାମାରୀ ବେଳେ ଦେଶରେ ଆର୍ୟୁବେଦ ଓ ଏଲୋପାଥିକ ମଧ୍ୟରେ ଯୁଦ୍ଧ ପରିସ୍ଥିତି । ଏହାସହ ବାବା ରାମଦେବଙ୍କ ନୂଆ ଭିଡିଓ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ମେଡିକାଲ ଆସୋସିଏସନ  । ଏହାସହ କିଛି ୟେଲୋପାଥି ଡାକ୍ତର ବ୍ୟକ୍ତିଗତ ପେଷାକୁ ଅପମାନିତ କରୁଥିବା ଭଳି ମନ୍ତବ୍ୟ ବିରୋଧରେ ମାନହାନୀ ନୋଟିସ ପଠାଯିବା ସହ ୧ କୋଟି ଟଙ୍କା ମଗାଯାଇଛି ।

ସେପଟେ ବାବା ରାମଦେବଙ୍କ ନୂଆ ଭିଡିଓ ବେସ୍ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ବାବା ରାମଦେବ କହୁଛନ୍ତି କି, ‘କାହା ବାପର ତାକତ୍ ନାହିଁ ମୋତେ ଗିରଫ୍ କରିବ’ । ଏଭଳି ଭିଡିକୁ ନେଇ ବିଭିନ୍ନ ସ୍ତରରୁ କାର୍ଯ୍ୟାନୁଷ୍ଠାନ ଦାବି କରିଥିବା ବେଳେ ବାବାଙ୍କ ଅତି ନିକଟତର କୁହାଯାଉଥିବା ବାବା ଆଚାର୍ଯ୍ୟ ବାଳକୃଷ୍ଣ ସଫେଇ ଦେବାକୁ ଯାଇ କହିଛନ୍ତି କି ଏହି ଭିଡିଓ କିଛିବର୍ଷ ତଳର । କିଛି ବିରୋଧୀ ଏକଥା କହୁଛନ୍ତି ଯେ ଏହି ଭିଡିଓରେ କରୋନା କଥା କୁହାଯାଉଥିବା ବେଳେ ଏହା କିଛିବର୍ଷ ତଳର କେମିତି ହେଲା ।

ମାମଲା କେବଳ ଥାନା , କୋର୍ଟ, କଚେରୀ ନୁହେଁ ମାମଲା ପୁରା ପ୍ରଧାନମନ୍ତ୍ରୀଙ୍କ ପାଖକୁ ଯାଇଛି । ଆଇଏମଏ ପକ୍ଷରୁ ବାବା ରାମଦେବ କରୋନା ପାଇଁ ସରକାର ପ୍ରସ୍ତୁତ କରିଥିବା ପ୍ରୋଟୋକଲକୁ ଚ୍ୟାଲେଞ୍ଜ କରିବା ଓ ଟିକାକରଣକୁ ନେଇ ଲୋକମାନଙ୍କ ମନରେ ଭୟ ସୃଷ୍ଟି କରିଥିବା ଯୋଗୁଁ ତାଙ୍କ ଉପରେ ରାଜଦ୍ରୋହ ମାମଲା ରୁଜୁ କରାଯାଉ ।