କନକ ବ୍ୟୁରୋ: ପୁଣି ଥରେ ବିବାଦରେ ଯୋଗ ଗୁରୁ । ପୂର୍ବରୁ ଦେଇଥିବା ଏକ ବୟାନକୁ ନେଇ ଏବେ ଫସିଯାଇଛନ୍ତି ରାମଦେବ । ଏବେ ଲଗାତାର ପେଟ୍ରୋଲ , ଡିଜେଲ ଦର ବୃଦ୍ଧି ପାଉଥିବାବେଳେ ଏନେଇ ବାବା ରାମଦେବଙ୍କୁ ପ୍ରଶ୍ନ ପଚାରିଥିଲେ ସାମ୍ବାଦିକ । ଏହାର ଉତ୍ତର ଦେବାକୁ ବାବା ଏଡାଇବାକୁ ଚେଷ୍ଟା କରିବା ସହ ଏପରି ପ୍ରଶ୍ନ ନପଚାରିବାକୁ କହିଥିଲେ । ହେଲେ ଏହା ଉପରେ ବି ସାମ୍ବାଦିକ ସେହି ପ୍ରଶ୍ନକୁ ଦୋହରାଇଥିଲେ । ଏହାକୁ ନେଇ ରାଗିଯାଇଥିଲେ ରାମଦେବ ।
— राजस्थानी ट्वीट (@8PMnoCM) March 30, 2022
ଆଉ ରାଗିଯାଇ ନିଜ ଭାଷା ଉପରେ ନିୟନ୍ତ୍ରଣ ରଖିପାରିନଥିଲେ ବାବା ରାମଦେବ । ‘ ତୋ ପ୍ରଶ୍ନ ବହୁତ ହୋଇଗଲା । ଏବେ ଚୁପ୍ ବସ୍...’ । ଆହୁରି ଅନେକ କିଛି କଥା କହିଥିଲେ । ତେବେ କାହିଁକି ରାଗିଯାଇଥିଲେ ରାମଦେବ? କଥା ହେଉଛି ୨୦୧୫ ମସିହାରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେବା ଅବସରରେ ତୈଳ ଦର ଉପରେ ମତ ଦେଇଥିଲେ, ଆଉ କହିଥିଲେ କଂଗ୍ରେସ ସରକାର ହଟିଲେ ତୈଳ ଦର ୪୦ ଟଙ୍କା ଓ ଏଲପିଜି ସିଲିଣ୍ଡର ଦର ୩୦୦ ଟଙ୍କା ହେବ । ଏହାକୁ ଏକାଧିକ ଥର କହିବା ପରେ ରାମଦେବଙ୍କର ଏହି ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଥିଲା ପର ଏହା ନିର୍ବାଚନ ପ୍ରଚାରର ଏକ ଏଜେଣ୍ଡା ହୋଇଯାଇଥିଲଶ । ଏବେ ଏହି ଏକା ପ୍ରଶ୍ନ ପଚରାଯିବାରୁ ଖୁବ୍ ରାଗିଯାଇ ସାମ୍ବାଦିକ ଜଣକୁ ଗାଳି ଦେଇଛନ୍ତି ବାବା ରାମଦେବ ।ଏବଂ ତାଙ୍କର ଏହି ଗାଳି ଭିଡିଓ ଭାଇରାଲ ହେବାରେ ଲାଗିଛି ।