ଭାରତୀୟ ଡାକ୍ତର ସଂଘର ବିରୋଧ ପରେ କଥା ବଦଳାଇଲେ ବାବା ରାମଦେବ । କହିଲେ ମୁଁ ଏଲୋପାଥି କିମ୍ବା ଡାକ୍ତରଙ୍କ ବିରୋଧରେ ନୁହେଁ, ମୋର ଲଢେଇ ଔଷଧ ମାଫିଆଙ୍କ ବିରୋଧରେ

638

କନକ ବ୍ୟୁରୋ : କିଛିଦିନ ହେବ ବାବା ରାମଦେବ ତାଙ୍କ ବିବାଦୀୟ ବୟାନକୁ ନେଇ ବିବାଦ ଘେରରେ ରହିଛନ୍ତି । ଏଲୋପାଥିକୁ ନେଇ ଦେଇଥିବା ବୟାନ ପାଇଁ ସେ କ୍ଷମା ବି ମାଗିସାରିଛନ୍ତି । ହେଲେ ବାବାଙ୍କ ବୟାନକୁ ନେଇ ଏବେ ବି ଇଣ୍ଡିଆନ ମେଡିକାଲ ଆସୋସିଏସନ ଓ ରାମଦେବ ମୁହାଁ ମୁହିଁ ହେବାରେ ଲାଗିଛନ୍ତି ।

ଏନେଇ ଏକ ଜାତୀୟ ଗଣମାଧ୍ୟମରେ ବାବା ରାମଦେବ କହିଛନ୍ତି କି “ନା ମୁଁ ଏଲୋପାଥି ଚିକିତ୍ସାର ବିରୋଧୀ, ନା ମୁଁ ଏଲୋପାଥି ଚିକିତ୍ସକଙ୍କୁ ବିରୋଧ କରୁଛି, ମୋର ଲଢେଇ କେବଳ ଏଲୋପାଥି ଔଷଧ ମାଫିଆଙ୍କ ବିରୋଧରେ ମୋର ଲଢେଇ ” ।

ବାବା ରାମଦେବ କହିଛନ୍ତି କି ତାଙ୍କର ଅସଲି ଲଢେଇ ଡ୍ରଗ୍ସ ମାଫିଆଙ୍କ ବିରୋଧରେ । ଯିଏ କି ଦୁଇ ଟଙ୍କାର ଔଷଧକୁ ୨ ହଜାର ଟଙ୍କାରେ ତ ବେଳେ ବେଳେ ୧୦ ହଜାର ଟଙ୍କାରେ ବିକ୍ରି କରୁଛନ୍ତି । ଏହାସହ ଡାକ୍ତରମାନେ କେତେବେଳେ ଆବଶ୍ୟକ ନଥିବା ରୋଗୀଙ୍କର ଅପରେଶନ କରାଉଛନ୍ତି ତ ଆବଶ୍ୟକ ନଥିବା ବେଳେ ଅନେକ ଗୁଡିଏ ପରୀକ୍ଷା କରି ରୋଗୀଙ୍କୁ ଅଯଥା ଖର୍ଚ୍ଚାନ୍ତ କରୁଛନ୍ତି ।

ଅନ୍ୟପଟେ ବିବାଦକୁ ନ ବଢାଇ ସେ ଶେଷ କରିବାକୁ ଚାହୁଁଥିବା କଥା କହିଛନ୍ତି । ଏହାସହ ସେ ଆଧୁନିକ ଚିକିତ୍ସା ବିଜ୍ଞାନ ଦ୍ୱାରା କରାଯାଉଥିବା ଅପରେଶନ ଓ ଜୀବନ ରକ୍ଷକ ଔଷଧକୁ ସମ୍ମାନ କରୁଥିବା କଥା କହିଛନ୍ତି । ଏହାସହ ସେ ଦାବି କରିଛନ୍ତି କି ରକ୍ତଚାପ, ମଧୁମେହ, ଥାଇରଏଡ, ଅର୍ଥରାଇଟ୍ସ, ଲିଭର ବେମାରୀର ଚିକିତ୍ସା ଆର୍ୟୁବେଦିକ ମାଧ୍ୟମରେ କରାଯାଇପାରିବ ବୋଲି ସେ ଦାବି କରିଛନ୍ତି ।