ଟିକାକରଣ ନେଇ ବାବା ରାମଦେବଙ୍କ ବଦଳିଲା ମନ : ଏବେ ନେବେ କରୋନା ଟିକା; ଡାକ୍ତରଙ୍କୁ କହିଲେ ଦେବଦୂତ

350

କନକ ବ୍ୟୁରୋ : ଏଲୋପାଥି- ଆୟୁର୍ବେଦର ଯୁଦ୍ଧ ମଧରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ବାବା ରାମଦେବ । । ଟିକାକରଣ ନେଇ ବାବା ରାମଦେବ ନିଜ ମନ ପରିବର୍ତନ କରିଛନ୍ତି । ଗତକାଲି ଏହି ବୟାନରୁ ୟୁ-ଟର୍ଣ୍ଣ ନେଇ ସେ କହିଛନ୍ତି, ଟିକା ନେବା ପାଇଁ ସେ ଏବେ ପ୍ରସ୍ତୁତ ଅଛନ୍ତି । ଏହା ସହ ଡାକ୍ତରଙ୍କୁ ଦେବଦୂତଙ୍କ ସହ ତୁଳନା କରିଛନ୍ତି ରାମଦେବ ।

ପୂର୍ବରୁ ସେ କହଥିଲେ, ଆୟୁର୍ବେର୍ଦର ସେବନ ସହ ଯୋଗ କରୁଥିବାରୁ ତାଙ୍କ ଶରୀର କରୋନା ସହ ଲଢିବାକୁ ସକ୍ଷମ ଅଛି । କିଛିଦିନ ତଳେ କରୋନା ସଂକ୍ରମଣରେ ଏଲୋପାଥିର ସାଇଡ ଇଫେକ୍ଟ ନେଇ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଥିଲେ ବାବା ରାମଦେବ । ଭାରତୀୟ ମେଡିକାଲ ଆସୋସିଏସନ ଏ ନେଇ କଡା ପ୍ରତିକ୍ରିୟା ରଖିଥିଲା । ଗତକାଲି ବାବା ରାମଦେବ ଡାକ୍ତରଙ୍କ ମଧ୍ୟ ପ୍ରଂଶସା କରିଥିଲେ । ସେ କହିଥିଲେ , କେଉଁ ସଙ୍ଗଠନ ସହ ତାଙ୍କର ବିବାଦ ନାହିଁ ।