ସ୍ୱର ବଦଳାଇଲେ ବାବା ରାମଦେବ : ଯୋଗଗୁରୁ କହିଲେ ତାଙ୍କ ଲଢ଼େଇ ଡାକ୍ତରଙ୍କ ବିରୋଧରେ ନୁହେଁ, ବରଂ ବଡ଼ ବଡ଼ ଔଷଧ କମ୍ପାନୀଙ୍କ ବିରୋଧରେ

380

କନକ ବ୍ୟୁରୋ : ସ୍ୱର ବଦଳାଇଲେ ବାବା ରାମଦେବ । ଏଲୋପାଥି ଚିକିତ୍ସାକୁ ନେଇ ଯୋଗଗୁରୁଙ୍କ ବିବାଦୀୟ ବୟାନ ପରେ ଖପ୍ପା ହୋଇପଡ଼ିଛନ୍ତି ଡାକ୍ତର । ତାଙ୍କ ବୟାନ ବିରୋଧରେ ଆଜି ରେସିଡେଂଟ ଡାକ୍ତର କଳା ଦିବସ ପାଳୁଛନ୍ତି । ହେଲେ ବାବା ରାମଦେବ କହିଛନ୍ତି ତାଙ୍କ ଲଢ଼େଇ ଡାକ୍ତରଙ୍କ ବିରୋଧରେ ନୁହେଁ ଦେଶର ବଡ଼ ବଡ଼ ଏଲୋପାଥି ଔଷଧ କମ୍ପାନୀ ବିରୋଧରେ । ସ୍ୱର ବଦଳାଇ ବାବା କହିଛନ୍ତି ସେ ଏଲୋପାଥି ଚିକିତ୍ସା ଏବଂ ଚିକିତ୍ସକଙ୍କୁ ସମ୍ମାନ କରନ୍ତି ।

ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏମାନଙ୍କ ଅବଦାନକୁ ମଧ୍ୟ ସମ୍ମାନ ଜଣାନ୍ତି । ତେଣୁ ତାଙ୍କ ଲଢ଼େଇ ବଡ଼ ବଡ଼ ଔଷଧ କମ୍ପାନୀଙ୍କ ବିରୋଧରେ ଯେଉଁମାନେ ଅଧିକ ଲାଭର ଲୋଭରେ ଗରିବ ରୋଗୀଙ୍କ ଠାରୁ ପଇସା ଲୁଟନ୍ତି । ସେହିମାନଙ୍କ ବିରୋଧରେ ଯିଏ ଅଯଥା ଗୁଡ଼ିଏ ଟେଷ୍ଟ କରିବା ସହ ଅନାବଶ୍ୟକ ଅପରେସନ କରାନ୍ତି କିମ୍ବା ଦାମି ଔଷଧ ଲେଖନ୍ତି । ପୂର୍ବରୁ ସେ ଦେଇଥିବା ବୟାନକୁ ବିଭ୍ରାନ୍ତ କରି ଉପସ୍ଥାପନ କରାଯାଇଥିବା କହିଛନ୍ତି ଯୋଗଗୁରୁ ବାବା ରାମଦେବ ।