ହରିଦ୍ୱାରରୁ ମତଦାନ ଦେଲେ ଯୋଗଗୁରୁ ବାବା ରାମଦେବ ! ଭୋଟ୍ ଦେବା ପରେ ଏଭଳି ରଖିଲେ ପ୍ରତିକ୍ରିୟା । 

ହରିଦ୍ୱାରରୁ ମତଦାନ ଦେଲେ ଯୋଗଗୁରୁ ବାବା ରାମଦେବ ! ଭୋଟ୍ ଦେବା ପରେ ଏଭଳି ରଖିଲେ ପ୍ରତିକ୍ରିୟା । 

ଯୋଗ ଗୁରୁ ବାବା ରାମଦେବ ହରିଦ୍ୱାରରୁ ତାଙ୍କ ମତାଦାନ କରିଛନ୍ତି। ଏପ୍ରିଲ୍ ୧୧ ପ୍ରଥମ ପର‌୍ୟ୍ୟାୟ ନିର୍ବାଚନରେ ନିଜର ମତଦାନ କରିଛନ୍ତି ରାମଦେବ ବାବା। ଭୋଟ୍ ଦେଇସାରିବା ପରେ ରାମଦେବ କହିଛନ୍ତି, ‘ଜାତୀୟତାବାଦ ଓ ବିକାଶ ହେଉଛି ନିର୍ବାଚନର ପ୍ରମୁଖ ବିଷୟବସ୍ତୁ। ଯଦିଓ ବେରୋଜଗାରୀ, ଦାରିଦ୍ର‌୍ୟ, କଳାଧନ, ଦୁର୍ନୀତି, ଚାଷୀ ଆଦି ବେଶି ଗୁରୁତ୍ୱପୂର୍ଣ୍ଣ ମାତ୍ର ଜାତୀୟ ସୁରକ୍ଷା ସହ କେବେ ବି ସାଲିସ୍ କରାନଯିବା ଉଚିତ ।’

publive-image

ସେ ଆହୁରି ବି କହିଛନ୍ତି ଯେ ଯେଉଁମାନେ ଜାତି, ଧର୍ମ ଓ ସ୍ଥର ବିବେଚନା କରି ସମାଜରେ ସୀମା ଟାଣିଥାଆନ୍ତି ସେମାନେ ଭୋଟ୍ ନ ଦେବା ଉଚିତ। ନିକଟରେ ବାବା ରାମଦେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ। ସେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ବା ପରେ ତାଙ୍କ ଟ୍ଵିଟରରେ ଲେଖିଥିଲେ ଯେ ‘ଦେଶ ଆଉ ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭୋଟ୍ ଦେଇ ଜିତାଇବା ଉଚିତ।’ ବାବା ରାମଦେବଙ୍କୁ ‘ନୋଟା’ ବିଷୟରେ ପଚରାଯିବାରୁ ସେ କହିଥିଲେ କି ‘ନୋଟା’ରେ ଭୋଟ ଦେବା ଅପେକ୍ଷା କୌଣସି ଜଣେ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍ ଦେବା ଶ୍ରେୟସ୍କର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe