କନକ ବ୍ୟୁରୋ: ପଞ୍ଜାବ ହରିଆଣା କୋର୍ଟରୁ ଡେରା ସଚା ମୁଖ୍ୟ ରାମ ରହିମଙ୍କୁ ଆଶ୍ୱସ୍ତି । ମ୍ୟାନେଜର ହତ୍ୟା ମାମଲାରେ କୋର୍ଟ ରାମ ରହିମଙ୍କୁ ଦୋଷ ମୁକ୍ତ କରିଛନ୍ତି । ଏଥିସହ ଅନ୍ୟ ୪ଜଣ ମଧ୍ୟ ପ୍ରମାଣ ଅଭାବରୁ ଖଲାସ କରିଛନ୍ତି କୋର୍ଟ ।

Advertisment

ମ୍ୟାନେଜର ରଣଜିତ ସିଂ ହତ୍ୟା ମାମଲାରେ ଦୋଷମୁକ୍ତ ହେଲେ ଡେରା ସଚା ମୁଖ୍ୟ ରାମ ରହିମ । ସିବିଆଇ ସ୍ୱତନ୍ତ୍ର କୋର୍ଟଙ୍କ ରାୟକୁ ଖାରଜ କରିଛନ୍ତି ପଂଜାବ ହରିଆଣା ହାଇକୋର୍ଟ । ୨୦୨୧ରେ ରାମ ରହିମଙ୍କୁ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଶୁଣାଇଥିଲେ ହାଇକୋର୍ଟ ।

ମ୍ୟାନେଜର ହତ୍ୟା ମାମଲା
ରାମ ରହିମ ନିର୍ଦ୍ଦୋଷ
-୨୦୦୨ରେ ରଣଜିତ ସିଂଙ୍କ ଗୁଳି କରି ହତ୍ୟା କରାଯାଇଥିଲା
-୨୦୦୩ରେ ରାମ ରହିମଙ୍କ ସମେତ ଅନ୍ୟ ୪ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା
-ରଣଜୀତଙ୍କ ପୁଅ ସିିବିଆଇ ତଦନ୍ତ ଦାବି କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ
-୨୦୨୧ରେ ପଂଚକୁଲା ସିବିଆଇ କୋର୍ଟ ଦୋଷୀ ପ୍ରମାଣିତ କରି ଆଜୀବନ କାରାଦଣ୍ଡରେ ୫ଜଣଙ୍କୁ ଦଣ୍ଡିତ କରିଥିଲେ
-ପରେ ସିବିଆଇ କୋର୍ଟଙ୍କ ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ରାମ ରହିମ

ରାମ ରହିମ ନିଜ ଆଶ୍ରମର ମହିଳାଙ୍କୁ ଯୌନ ନିର୍ଯ୍ୟାତନା ଦେଉଥିବା ଜାଣିଥିଲେ ରଣଜିତ ସିଂ । ଏପରିକି କଳାତାଲିକା ରଖି ବ୍ଲାକମେଲିଂ କରୁଥିିଲେ । କଥା ପ୍ରଘଟ ନକରିବାକୁ ରାମ ରହିମ ବାରମ୍ବାର ରଣଜିତଙ୍କୁ ଧମକ ଦେଇ ଆସୁଥିଲେ ଓ ଆଉ ଶେଷରେ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ଅନ୍ୟାନ୍ୟ ମାମଲାରେ ଦୋଷୀ ପ୍ରମାଣିତ ରାମ ରହିମ ବର୍ତମାନ ରୋହତକ ସୁନାରିଆ ଜେଲରେ ଅଛନ୍ତି । ୨ଜଣ ନାବାଳିକା ଶିଷ୍ୟାଙ୍କୁ ଦୁଷ୍ମର୍ମ ମାମଲାରେ ୨୦ବର୍ଷର ସଜ୍ଜା କାଟୁଛନ୍ତି । ତାଙ୍କ ନାଁରେ ଥିବା ଦୁଷ୍କର୍ମ ଓ ହତ୍ୟାର ଅନେକ ମାମଲା ବିଚାରଧୀନ ରହିଛି ।