ବାବାଙ୍କ ନିର୍ବାଚନ ଲଢିବା ନିଶା । ୧୬ ଥର ହାରିଛନ୍ତି ହେଲେ ହାର ମାନି ନାହାନ୍ତି । 

Advertisment
ବାବାଙ୍କ ନିର୍ବାଚନ ଲଢିବା ନିଶା । ୧୬ ଥର ହାରିଛନ୍ତି ହେଲେ ହାର ମାନି ନାହାନ୍ତି । 

zeenews.india.com

ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ଆସନ୍ତା ପର୍ଯ୍ୟାୟ ନିର୍ବାଚନ ପାଇଁ ନେତା ଓ କର୍ମୀଙ୍କ ଜୋରଦାନ କସରତ ଦେଖିବାକୁ ମିଳୁଛି । ଭିନ୍ନ ଭିନ୍ନ ରଣନୀତି ନେଇ ନେତା ନିର୍ବାଚନୀ ରଣାଙ୍ଗନକୁ ଓହ୍ଲାଇଛନ୍ତି । ଏହାରି ମଧ୍ୟରେ ଏପରି ଏକ ଖବର ସମ୍ନାକୁ ଆସିଛି ଯାହା ମଥୁରା ରାଜନୀତିକୁ ସରଗରମ କରିଛି । ୧୬ ଥର ନିର୍ବାଚନ ହାରିବା ସତ୍ୱେ ବି ୭୬ ବର୍ଷିଅ ବାବା ପାଖଡ଼ ସିଂହ ପୁଣି ଥରେ ନିର୍ବାଚନ ଲଢିବା ପାଇଁ ମୈଦାନକୁ ଓହ୍ଲାଇଛନ୍ତି ।
କ୍ଷମତାର ମୋହ କାହାକୁ ବା ନ ଘାରିଛି! ଏହି କ୍ଷମତା ମାୟାର ଜଣେ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ୭୬ ବର୍ଷିଅ ବାବା ପାଖଡ଼ ସିଂହ। ସେ ଏଯାବତ୍ ୧୬ଟି ନିର୍ବାଚନ ଲଢ଼ି ସାରିଲେଣି। ଆଶ୍ଚର‌୍ୟ୍ୟର କଥା ହେଉଛି ୧୬ ଥର ନିର୍ବାଚନ ଲଢ଼ି ହାରି ଯାଇଥିବା ଏହି ବାବା ଜଣଙ୍କର ମନୋବଳ ଏବେ ବି ଭାଙ୍ଗି ଯାଇନି। ସେ ଏଥର ପୁଣି ନିର୍ବାଚନ ଲଢ଼ି ତାଙ୍କ ଭାଗ୍ୟ ପରୀକ୍ଷା କରିବାକୁ ଚାହାନ୍ତି। ବାବା ଏଥ ମଥୁରା ସଂସଦୀୟ କ୍ଷେତ୍ରରୁ ସାଂସଦ ପ୍ରାର୍ଥୀ ଭାବେ ପୁଣି ନିର୍ବାଚନ ଲଢୁଛନ୍ତି ବୋଲି ସୂଚନା ରହିଛି।
ସେ ଏତେ ଥର ହାରିବା ପରେ ବି କିପରି ନିର୍ବାଚନ ଲଢ଼ି ଚାଲିବାର ଇଚ୍ଛା ତାଙ୍କ ଭିତରେ ରହିଛି ବୋଲି ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେଇ ବାବା କହିଛନ୍ତି, ‘ ମୋ ଗୁରୁ ମୋତେ କହିଛନ୍ତି ମୁଁ ୨୦ ଥରରେ ନିର୍ବାଚନ ଜିତିବି। ଏସବୁ ପରାଜୟରେ ମୁଁ ଭୟଭୀତ ନୁହେଁ। ଆହୁରି ୩ ଥର ନିର୍ବାଚନ ଲଢ଼ିବା ପରେ ମୁଁ ନିଶ୍ଚୟ ଜିତିବି।’
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe