କନକ ବ୍ୟୁରୋ: ସ୍ୱାମୀ ନିତ୍ୟାନନ୍ଦଙ୍କ ପ୍ରବଚନ ସମୟରେ ଅନେକଥର ଦାବି କରାଯାଇଛି ଯେ, ନିଜ ଶକ୍ତି ଓ ସାଧନା ବଳରେ ବାବା, ଭକ୍ତମାନଙ୍କୁ ପବନରେ ଉଡାଇ ପାରନ୍ତି । ଅନୁଗାମୀଙ୍କୁ ପ୍ରବଚନ ଦେଲାବେଳେ ଏହି ଚମତ୍କାର ବାବଦରେ ବାବା ନିଜେ ବାରମ୍ବାର କହିଥାନ୍ତି । ଏପଟେ ହଲରେ ଚାଲିଥାଏ ବାବା ନିତ୍ୟାନନ୍ଦଙ୍କ ପ୍ରବଚନ, ସେପଟେ ଅନୁଗାମୀ ଅଚାନକ ଉପରକୁ ଡେଇଁବା ଆରମ୍ଭ କରିଦିଅନ୍ତି । ଯେମିତି ପବନରେ ଉଡୁଛନ୍ତି । କିନ୍ତୁ ସତ କଥା ହେଲା ଏଠି କେହି ପବନରେ ଉଡୁନନାହାନ୍ତି । ଲୋକେ କେବଳ ନିଜ ଜାଗାରୁ ଜୋରଜୋରରେ ଡେଉଁଛନ୍ତି । ସେଥିପାଇଁ ପବନରେ ଭକ୍ତ ଉଡିବା ନେଇ ଦାବିକୁ ଧୋକା ବୋଲି କୁହାଯାଇ ପାରିବ ।
ଅନୁଗାମୀଙ୍କୁ ଅଲଗା ଦୁନିଆକୁ ନେଇଯିବା, ଚମତ୍କାର ନା ଧୋକା?
ସ୍ୱାମୀ ନିତ୍ୟାନନ୍ଦଙ୍କ ପ୍ରବଚନରେ ଏଭଳି ଦାବି ମଧ୍ୟ କରାଯାଏ ଯେ, ବାବାଙ୍କ ଧ୍ୟାନ ଓ ଶକ୍ତି ସଂପର୍କରେ ଆସିଲା ମାତ୍ରେ ଅନୁଗାମୀ ସାଂସାରିକ ମୋହ ମାୟାରୁ ଦୂର ହୋଇଯାଆନ୍ତି । ଅଜ୍ଞାତ ଶକ୍ତି ସେମାନଙ୍କ ସଂପର୍କରେ ଆସିଯାଆନ୍ତି । କିନ୍ତୁ ପ୍ରଶ୍ନ ହେଉଛି- ଜୋରଜୋରରେ ଚୁଟି ଝାଡିବା, କିମ୍ବା ନିଜ ଶରରୀକୁ ଉପରକୁ ଉଠାଇ ପୁଣି କଚାଡି ହେବା କୌଣସି ଅଜ୍ଞାତ ଶକ୍ତିର ସଂପର୍କରେ ଆସିବାରୁ ହେଉଛି? ନା ଏହା ବି ବାବାଙ୍କ ଆଉ ଏକ ଧୋକା? ଯେଉଁଥିରେ ସରଳ ଅନୁଗାମୀ ଫଶିଯାଆନ୍ତି? ଆଉ ଏଭଳି ଆଶ୍ଚର୍ଯ୍ୟଜନକ ବ୍ୟବହାର କରିବାରେ ଲାଗନ୍ତି ।
ସଂସ୍କୃତ କହୁଥିବା ଗାଈ, ଚମତ୍କାର ନା ଧୋକା?
ଏହା ଏଭଳି ଏକ ଦାବି ଯାହା ଶୁଣିବା ପରେ ସମସ୍ତଙ୍କ ମୁଣ୍ଡ ଘୁରାଇ ଦେଉଥିଲା । ସ୍ୱାମୀ ନିତ୍ୟାନନ୍ଦଙ୍କ ଦାବି ଥିଲା ଯେ, ଶକ୍ତି ଓ ସାଧନା ବଳରେ ସେ ଗାଈ ଓ ମଇିଁଷିଙ୍କ ସହ ସଂସ୍କୃତରେ କଥାବାର୍ତ୍ତା କରାଇପାରନ୍ତି । ହେଲେ ନା ତ ଲୋକେ କେବେ କୌଣସି ଗାଈ ନା ମଇଁଷି ଦେଖିଛନ୍ତି, ଯିଏ ସଂସ୍କୃତରେ କଥା ହେଉଛି । ତେଣୁ ଲୋକେ ଏହାକୁ ମଧ୍ୟ ଭଣ୍ଡ ବାବା ନିତ୍ୟାନନ୍ଦଙ୍କ ଆଉଏକ ଧୋକା ବୋଲି କହୁଛନ୍ତି ।
ସ୍ୱାମୀଙ୍କ ପାଖରେ ଶିବଙ୍କ ଶକ୍ତି, ଚମତ୍କାର ନା ଧୋକା?
ସ୍ୱାମୀ ନିତ୍ୟାନନ୍ଦ ଅନେକଥର ତାଙ୍କ ପ୍ରବଚନରେ ପ୍ରଭୁ ଶିବଙ୍କ ଭଳି ବେସଭୂସାରେ ନଜର ଆସୁଥିଲେ । ଶିବ ତାଣ୍ଡବ ଭଳି ଭାବ ଭଙ୍ଗୀ କରୁଥିଲେ । ଯେମିତି ଶିବଙ୍କ ଶକ୍ତି ଥିଲା ସ୍ୱାମୀ ନିତ୍ୟାନନ୍ଦଙ୍କ ପାଖରେ । ହାତରେ ଡମ୍ବରୁ ବଜାଇବା ଭଳି ଅଭିନୟ ଭକ୍ତଙ୍କ ସାମ୍ନାରେ କରୁଥିଲେ । ବାବାଙ୍କ ଏଭଲି ଡ୍ରାମାବାଜି ପ୍ରବଚନ ସ୍ଥଳରେ ଚଲିଥିବା ବେଳେ ପଛରୁ ଶିବଙ୍କ ସ୍ତୁତି ମଧ୍ୟ ପରିବେଷଣ କରାଯାଉଥିଲା । ଅର୍ଥାତ ସ୍ୱାମୀ ନିତ୍ୟାନନ୍ଦଙ୍କୁ ଶିବଙ୍କ ସହ ଯୋଡି ଦେଖାଉଥିଲେ ଅନୁଗାମୀ ।
ଥରେ ପ୍ରବଚନ ବେଳେ ବାବା ନିତ୍ୟାନନ୍ଦ ଦାବି କଲେ ଯେ, ସେ ସୂର୍ଯ୍ୟଙ୍କ କିରଣକୁ ଅଟକାଇ ଦେଇଥିଲେ । ଫଳରେ ସେଦିନ ୪୦ ମିନିଟ ବିଳମ୍ବରେ ଉଦୟ ହେଲେ ସୂର୍ଯ୍ୟ । ହେଲେ କେହି ଏଭଳି ଅନୁଭବ କରିନଥିଲେ ଯେ, ସୂର୍ଯ୍ୟଙ୍କ କିରଣ ବାବାଙ୍କ କଥାରେ ଅଟକି ଯାଇଥିଲା । ଏମିତି ମିଛ ଦାବି ଫଳରେ ବାରମ୍ବାର ବାବା ନିତ୍ୟାନନ୍ଦଙ୍କ ମୁଖା ଖୋଲି ଯାଇଥିଲା । ଓଲଟା ଭଣ୍ଡ ବାବାଙ୍କ ବିରୋଧରେ ଲମ୍ବି ଚାଲିଲା ଅଭିଯୋଗର ଫର୍ଦ୍ଦ ।
ସ୍ୱାମୀ ନିତ୍ୟାନନ୍ଦଙ୍କ ବିରୋଧରେ ସଂଗୀନ ଅଭିଯୋଗ
- କର୍ଣ୍ଣାଟକରେ ଦୁଷ୍କର୍ମ ଓ ଅପହରଣ ଅଭିଯୋଗ
- ଗୁଜରାଟରେ ଯୌନ ଶୋଷଣ ମାମଲା
ମିଛ ଦାବି ଓ ସଂଗୀନ ଅଭିଯୋଗ କାରଣରୁ ବାବା ନିତ୍ୟାନନ୍ଦ ଫେରାର ହୋଇଯାଇଛନ୍ତି । ଏବଂ ଯେଉଁ ଆଶ୍ରମରେ କେବେ ନିତ୍ୟାନନ୍ଦଙ୍କ ହଜାର ହଜାର ଭକ୍ତ ଏକାଠି ହେଉଥିଲେ, ଏବେ ସେଠାରେ ତାଲା ପଡିଛି । କର୍ଣ୍ଣାଟକ ରାମନଗର ଜିଲ୍ଲାର ପିଡଦି ଅଂଚଳରେ ନିତ୍ୟାନନ୍ଦ ଆଶ୍ରମରେ ଏବେ କାହାରି ଦେଖାନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/12/Nityananda.png)