କନକ ବ୍ୟୁରୋ: ମହାଦେବଙ୍କ ପ୍ରଚଣ୍ଡ ଅବତାର ହେଉଛନ୍ତି କାଶିର ବାବା କାଳଭୈରବ  । କାଳଭୈରବଙ୍କୁ ଖାକିବେଶରେ ସଜାଇଛନ୍ତି ସେବାୟତ । ଏହାସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁରକ୍ଷାରେ ହୋଇଥିବା ତ୍ରୁଟିର ବିଚାର କରିବାକୁ କରିଛନ୍ତି ଗୁହାରୀ । ଏବେ ଏହି ଫଟୋ ଭାଇରାଲ ହେବାରେ ଲାଗିଛି ।

Advertisment

ଇତିହାସରେ ଏହା ପ୍ରଥମ ଥର ଘଟିଛି ଯେବେ ବାବା କାଳଭୈରବ ପୋଲିସ ପୋଷାକରେ ସଜ୍ଜିତ ହୋଇଛନ୍ତି । ସେ ଆଜି ଉତ୍ତରପ୍ରଦେଶ ପୋଲିସ ଇନସପେକ୍ଟର ବେଶରେ ପୂଜା ପାଇଛନ୍ତି । ଏବଂ ସେ ହିଁ ନ୍ୟାୟ କରିପାରିବେ ବିଚାର କରି ତାଙ୍କ ପାଖରେ ମୋଦୀଙ୍କ ସୁରକ୍ଷାରେ ହୋଇଥିବା ତ୍ରୁଟିର ବିଚାର କରିବାକୁ ଏକ ଅନୁରୋଧ ପତ୍ର ଦାଖଲ କରିଛନ୍ତି ସେବାୟତ  । ଏହାସହ ଯଥାଶିଘ୍ର ଦେଶକୁ କରୋନା ମୁକ୍ତ କରିବାକୁ ମଧ୍ୟ ବାବା କାଳଭୈରବଙ୍କୁ ଗୁହାରୀ କରିଛନ୍ତି ସେବାୟତ ।

 କେବଳ ଏତିକି ନୁହେଁ ବାବାଙ୍କ ଆଗରେ ଏକ ଟେବୁଲ ଉପରେ କାଗଜ କଲମ, ବିଚାର ଦଣ୍ଡ, ଓ ବିଚାରପତିଙ୍କ ଆଗରେ ରଖଯାଉଥିବା ଏକ ଘଣ୍ଟି ରଖାଯାଇଥିଲା । ଏହାସହ ବାବାଙ୍କ ମସ୍ତକରେ ପୋଲିସ ,ଟୋପି, କାନ୍ଧରେ ଥ୍ରୀ ଷ୍ଟାର ଲାଗିଛି । ସେ ପିନ୍ଧିଥିବା ଖାକିରେ ସଂଲଗ୍ନ ନାମ ଫଳକରେ ଶ୍ରୀଶ୍ରୀ ବାବା କାଳଭୈରବ ଲେଖାଯାଇଛି ।  ବାବାଙ୍କର ଏହି ବେଶ ବେଶ୍ ଭାଇରାଲ ହେବାରେ ଲାଗିଛି ।