କନକ ବ୍ୟୁରୋ : ଆଜି ଶ୍ରାବଣ ମାସର ସୋମବାର । ଆଜିର ଦିନରେ ଶୈବପୀଠ ଗୁଡିକରେ କାଉଡିଆଙ୍କ ପ୍ରବଳ ଦେଖିବାକୁ ମିଳେ । ବିଶେଷ କରି କଟକର ପ୍ରସିଦ୍ଧ ଧବଳେଶ୍ୱର ମନ୍ଦିରରେ ବାବା ଧବଳେଶ୍ୱରଙ୍କ ଠାରେ ଜଳାଭିଷେକ କରିବା ପାଇଁ ପାଣି ଭାର ଧରି ପହଂଚିଥାନ୍ତି କାଉଡିଆ । ହେଲେ ସରକାରଙ୍କ କରୋନା କଟକଣା ଯୋଗୁଁ ଧବଳେଶ୍ୱର ପୀଠରେ ଆଜି କାଉଡିଆଙ୍କ ଭିଡ ନାହିଁ । ସରକାର ବୋଲବମ୍ ଯାତ୍ରାକୁ ବନ୍ଦ କରିଛନ୍ତି । ତେଣୁ ଆଜି ମନ୍ଦିର ଖାଁ ଖାଁ ଲାଗୁଛି । ଗତବର୍ଷ ମଧ୍ଯ କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ବନ୍ଦ ରହିଥିଲା ବୋଲବମ୍ ଯାତ୍ରା ।
ଶ୍ରାବଣ ସୋମବାରରେ ଶୂନଶାନ ଶୈବପୀଠ : ସରକାରୀ କଟକଣା ପରେ ଧବଳେଶ୍ୱର ପୀଠରେ ନାହିଁ କାଉଡିଆଙ୍କ ଭିଡ
/kanak/media/post_attachments/wp-content/uploads/2021/07/9-26.jpg)