ବଡ଼ ଓଷାରେ ହେବ ବାବା ଧବଳେଶ୍ୱରଙ୍କ ବଡ଼ସିଂହାର ବେଶ: ମଧ୍ୟରାତ୍ରୀରେ ଲାଗି ହେବ ଗଜଭୋଗ

524

କନକ ବ୍ୟୁରୋ: ଆଜି ପବିତ୍ର ଧବଳେଶ୍ୱରଙ୍କ ପୀଠର ବଡ଼ଓଷା ପାଳିତ ହୋଇଛି । ବଡ଼ଓଷାରେ ବଡସିଂହାର ବେଶ ସହିତ ରାଜା ରାଜେଶ୍ୱରୀ ବେଶରେ ଶୋଭାପାଉଛନ୍ତି ବାବା । ଆଜି ମଧ୍ୟ ରାତ୍ରିର ଧବଳେଶ୍ୱରଙ୍କ ନିକଟରେ ଲାଗି ହେବ ଗଜଭୋଗ । ପ୍ରତ୍ୟେକ ପୂଜକ ପରିବାର ପକ୍ଷରୁ ଗଜଭୋଗ ପ୍ରସ୍ତୁତି କରାଯାଉଛି । ବଡ଼ଓଷାରେ ଭକ୍ତ ବିନା ପୀଠର ଖାଁ ଖାଁ ପରିବେଶ ରହିଛି । ପୀଠରେ ୧୪୪ ଧାରା ଲାଗୁ ହେବା ସହ ମୁଖ୍ୟ ରାସ୍ତା ଫାଟକ ପାଖରେ ପରଦାରେ ପାଖରେ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ଭୋର ୪ଟାରୁ ପହଡ ଖୋଲାଯାଇ ମଙ୍ଗଳା ଆଳତୀ ପରେ ସମସ୍ତ ନୀତିକାନ୍ତି ସମାପନ କରାଯାଇ ବଡ଼ସିଂହାର ବେଶରେ ସୁସଜ୍ଜିତ କରାଯାଇ ଦର୍ଶନ ପାଇଁ ଦ୍ୱାର ଫିଟାଯାଇଥିଲା । ତ୍ରୟୋଦଶୀ ତିଥି ତୃତୀୟ ପ୍ରହରରେ ଚତୃଦ୍ଦଶୀ ସନ୍ଧି କ୍ଷଣରେ ଗଜଭୋଗ ଲାଗି କରାଯିବ । ଆସନ୍ତାକାଲି ସକାଳୁ ଶ୍ରଦ୍ଧାଳୁମାନଙ୍କୁ ଗଜଭୋଗ ମିଳିବ ।