ସ୍ତ୍ରୀକୁ ମାରି ମଠରେ ବାବା ସାଜିଥିଲା ହତ୍ୟାକାରୀ : ଗୁମର କହିଦେବା ଭୟରେ ଯୁବକଙ୍କୁ ହତ୍ୟା କରିଛନ୍ତି ବାବା ଦଶରଥ

Advertisment
ସ୍ତ୍ରୀକୁ ମାରି ମଠରେ ବାବା ସାଜିଥିଲା ହତ୍ୟାକାରୀ : ଗୁମର କହିଦେବା ଭୟରେ ଯୁବକଙ୍କୁ ହତ୍ୟା କରିଛନ୍ତି ବାବା ଦଶରଥ

କନକ ବ୍ୟୁରୋ : ମଠରେ ହତ୍ୟାକାଣ୍ଡ ଘଟଣାରେ ସାମ୍ନାକୁ ଆସିଛି ହତ୍ୟାକାରୀ ବାବାଙ୍କ ପୁରୁଣା କାହାଣୀ । ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ବାବା ସାଜିଥିବା ଅଭିଯୁକ୍ତଙ୍କ ଗୁମର କହି ଦେବାରୁ ଯୁବକଙ୍କୁ ହତ୍ୟା କରିଛନ୍ତି ବାବା ଦଶରଥ । ନିକଟରେ ଏଭଳି ଏକ ହତ୍ୟାକାଣ୍ଡ ଘଟିଛି ଢେଙ୍କାନାଳ ଗଅଁଦିଆ ଥାନା ଅନ୍ତର୍ଗତ ମନ୍ଦାର ଗାଁରେ ଥିବା ଚୈତନ୍ୟ ଗୋସାଇଁ ମଠରେ ।

ଗତ ୯ ତାରିଖ ଦିନ ଭୁବନର ଉଦ୍ଧବ ପାତ୍ରଙ୍କୁ ଦଶରଥ ପଥରରେ ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ପୁଲିସ ଛାନଭିନ୍ରୁ ଜଣା ପଡିଛି । ଦଶରଥ ପୂର୍ବରୁ ଦୁଇ ଦୁଇଟି ବିବାହ କରିଥିବା ବେଳେ ଜଣଙ୍କୁ ୨୦୧୧ ମସିହାରେ ହତ୍ୟା କରିଥିଲେ । ପରେ ପୁଲିସ ନଜରରୁ ଖସିବା ପାଇଁ ବାବା ସାଜିଛନ୍ତି । ଆଉ ନିଜକୁ ଲୁଚାଇ ରଖିବା ପାଇଁ ମନ୍ଦାର ଗାଁରେ ଥିବା ଚୈତନ୍ୟ ଗୋସାଇଁ ମଠକୁ ଅସ୍ତ୍ର କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe