କନକ ବ୍ୟୁରୋ : ମଠରେ ହତ୍ୟାକାଣ୍ଡ ଘଟଣାରେ ସାମ୍ନାକୁ ଆସିଛି ହତ୍ୟାକାରୀ ବାବାଙ୍କ ପୁରୁଣା କାହାଣୀ । ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ବାବା ସାଜିଥିବା ଅଭିଯୁକ୍ତଙ୍କ ଗୁମର କହି ଦେବାରୁ ଯୁବକଙ୍କୁ ହତ୍ୟା କରିଛନ୍ତି ବାବା ଦଶରଥ । ନିକଟରେ ଏଭଳି ଏକ ହତ୍ୟାକାଣ୍ଡ ଘଟିଛି ଢେଙ୍କାନାଳ ଗଅଁଦିଆ ଥାନା ଅନ୍ତର୍ଗତ ମନ୍ଦାର ଗାଁରେ ଥିବା ଚୈତନ୍ୟ ଗୋସାଇଁ ମଠରେ ।

Advertisment

ଗତ ୯ ତାରିଖ ଦିନ ଭୁବନର ଉଦ୍ଧବ ପାତ୍ରଙ୍କୁ ଦଶରଥ ପଥରରେ ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ପୁଲିସ ଛାନଭିନ୍ରୁ ଜଣା ପଡିଛି । ଦଶରଥ ପୂର୍ବରୁ ଦୁଇ ଦୁଇଟି ବିବାହ କରିଥିବା ବେଳେ ଜଣଙ୍କୁ ୨୦୧୧ ମସିହାରେ ହତ୍ୟା କରିଥିଲେ । ପରେ ପୁଲିସ ନଜରରୁ ଖସିବା ପାଇଁ ବାବା ସାଜିଛନ୍ତି । ଆଉ ନିଜକୁ ଲୁଚାଇ ରଖିବା ପାଇଁ ମନ୍ଦାର ଗାଁରେ ଥିବା ଚୈତନ୍ୟ ଗୋସାଇଁ ମଠକୁ ଅସ୍ତ୍ର କରିଥିଲେ ।