କମ୍ପ୍ୟୁଟର ବାବା ସମେତ ଆଉ ୫ ଜଣ ସନ୍ଥଙ୍କୁ ମିଳିଲା ରାଜ୍ୟମନ୍ତ୍ରୀ  ମାନ୍ୟତା ।  

କମ୍ପ୍ୟୁଟର ବାବା ସମେତ ଆଉ ୫ ଜଣ ସନ୍ଥଙ୍କୁ ମିଳିଲା ରାଜ୍ୟମନ୍ତ୍ରୀ  ମାନ୍ୟତା ।  

image courtesy : NaiDunia

ରାଜ୍ୟ ଗଠନ ହେବା ପରେ ଏହା ପ୍ରଥମ ଘଟଣା ହୋଇଛି ଯେଉଁଠି ସନ୍ଥମାନଙ୍କୁ ମନ୍ତ୍ରୀ  ଆସନରେ ଅଭିଶିକ୍ତ କରାଯିବା ପାଇଁ ପ୍ରସ୍ତାବ ଦିଆଯାଉଛି । କିନ୍ତୁ ଏହି ସନ୍ଥମାନେ ଏହି ପ୍ରସ୍ତାବକୁ ସ୍ୱୀକାର କରୁଛନ୍ତି କି ପ୍ରତ୍ୟାହାର କରୁଛନ୍ତି ତାହା ସମୟ ହିଁ କହିବ ।

publive-imageମଧ୍ୟପ୍ରଦେଶରେ କୋଟି କୋଟି ସଂଖ୍ୟାରେ ଚାରା ଲଗାଇବାକୁ ଘୋଟାଲା କହି ‘ନର୍ମଦା ଘୋଟାଲା ରଥ ଯାତ୍ରା’ ବାହାର କରିଥିବା ୫ ଜଣ ସନ୍ଥଙ୍କୁ ସରକାରଙ୍କ ତରଫରୁ ରାଜ୍ୟମନ୍ତ୍ରୀ  ଆସନ ପାଇଁ ପସ୍ତାବ ଦିଆଯାଇଛି । ଶୁଣିବାକୁ ମିଳୁଛି ଯେ ମଧ୍ୟପ୍ରଦେଶର ଶିବରାଜ ସରକାର ସନ୍ଥମାନଙ୍କୁ ରାଜନୀତିର କେନ୍ଦ୍ର କରିବାରେ ଲାଗିପଡିଛନ୍ତି । ଏହିକ୍ରମରେ ସରକାର ନର୍ମଦା ନଦୀକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଏକ ସମିତି ଗଠନ କରିଛନ୍ତି । ଏହି ସମିତିରେ ୫ ଜଣ ସଦସ୍ୟ ସନ୍ଥ ଥିବାବେଳେ ସମସ୍ତଙ୍କୁ ରାଜ୍ୟମନ୍ତ୍ରୀର ମାନ୍ୟତା ମିଳିଛି ।

publive-imageମଙ୍ଗଳବାର ଦିନ ମଧ୍ୟପ୍ରଦେଶ ସରକାର ୫ ଜଣ ହିନ୍ଦୁ ଧାର୍ମିକ ନେତାଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ଦେଇ ବିରୋଧୀ କଂଗ୍ରେସ ଦଳର ସମାଲୋଚନାର ସରବ୍ୟ ହୋଇଛନ୍ତି। ମନ୍ତ୍ରୀପାହ୍ୟା ପାଇଥିବା ବାବାମାନେ ହେଲେ ନର୍ମଦାନନ୍ଦ ମହାରାଜ, ହରିହରାନନ୍ଦ ମହାରାଜା, କମ୍ପ୍ୟୁଟର୍ ବାବା, ଭାୟୁ ମହାରାଜ ଏବଂ ପଣ୍ଡିତ ଯୋଗେନ୍ଦ୍ର ମହନ୍ତ।

ଏହି କମିଟିର ସଦସ୍ୟ ଭାବେ ସେମାନଙ୍କୁ ଏହି ରାଷ୍ଟ୍ରମନ୍ତ୍ରୀ ପାହ୍ୟା ଦିଆଯାଇଥିବା କଥା ଜଣେ ଅଧିକାରୀ କହିଛନ୍ତି। ଏହି ନିଷ୍ପତ୍ତି ରାଜନୈତିକ ଲାଭ ପାଇଁ ଲୋକମାନଙ୍କ ଧାର୍ମିକ ଭାବନାକୁ ଶୋଷଣ କରିବାକୁ ବିଜେପିର ଏକ ଉଦ୍ୟମ ବୋଲି କଂଗ୍ରେସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe