ରଥଯାତ୍ରା ପୂର୍ବରୁ ଠାକୁରମୁଣ୍ଡାରୁ ଆସି ପୁରୀ ବଡ଼ଦାଣ୍ଡରେ ପହଂଚିଲେ ଭୈରବ ବାବା : ସାଙ୍ଗରେ ଆଣିଲେ ୧୦ଫୁଟର ବିରାଟ ଧୂପ, ଜଳିବ ୭୨ ଘଂଟା

Advertisment
ରଥଯାତ୍ରା ପୂର୍ବରୁ ଠାକୁରମୁଣ୍ଡାରୁ ଆସି ପୁରୀ ବଡ଼ଦାଣ୍ଡରେ ପହଂଚିଲେ ଭୈରବ ବାବା : ସାଙ୍ଗରେ ଆଣିଲେ ୧୦ଫୁଟର ବିରାଟ ଧୂପ, ଜଳିବ ୭୨ ଘଂଟା

କନକ ବ୍ୟୁରୋ : ଠାକୁରମୁଣ୍ଡା ଆଶ୍ରମରୁ ଆସି ପୁରୀ ବଡଦାଣ୍ଡରେ ପହଂଚିଛନ୍ତି ବାବା ଭୈରବାନନ୍ଦ ସରସ୍ୱତୀ  । ରଥଯାତ୍ରା ପାଇଁ ପୁରୀରେ ପହଂଚିଛନ୍ତି ବାବା ଭୈରବାନନ୍ଦ । ପ୍ରତିବର୍ଷ ପରି ଚଳିତବର୍ଷ ମହାପ୍ରଭୁଙ୍କ ପାଖରେ ଲାଗି କରିବାକୁ ସାଙ୍ଗରେ ଆଣିଛନ୍ତି ୧୦ ଫୁଟର ଧୁପକାଠି । ମହିସୁରରୁ ଏହି ଧୂପକାଠି ଆଣିଛନ୍ତି ବାବା, ଯାହାର ଦାମ୍ ରହିଛି ୫ ହଜାର ଟଙ୍କା । ଏହି ଧୂପକାଠି ୭୨ ଘଂଟା ପର୍ଯ୍ୟନ୍ତ ଜଳିଥାଏ । ପୂର୍ବରୁ ସେ ୧୫ ଫୁଟର ଧୂପକାଠି ଆଣିଥିଲେ । ଚଳିତଥର କମ୍ପାନୀ ପାଖରେ ମହଜୁଦ ନଥିଲା, ହେଲେ ଶେଷ ମୂହୂର୍ତ୍ତରେ ୧୦ ଫୁଟର ଏହି ଧୂପକାଠି ଯୋଗାଇ ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe