ଗଜପତିଙ୍କ ପାଲିଙ୍କି ସେବା ନେଇ ବାବା ବଳିଆଙ୍କ ବୟାନକୁ ବିରୋଧ! ଜଗନ୍ନାଥ ଶ୍ରଦ୍ଧାଳୁ ସଂଗଠନଙ୍କ ମିଳିତ ସାମ୍ବାଦିକ ସମ୍ମିଳନୀ

42

baba-1କନକ ବ୍ୟୁରୋ : ବାବା ବଳିଆଙ୍କ ବୟାନକୁ ବିରୋଧ । ଗଜପତି ମହାରାଜଙ୍କ ପାଲିଙ୍କି ସେବା ଉପରେ ଆଧ୍ୟାତ୍ମିକ ଗୁରୁ ବାବା ବଳିଆ ଦେଇଥିବା ବୟାନକୁ ବିରୋଧ କରିଛନ୍ତି ଜଗନ୍ନାଥ ଶ୍ରଦ୍ଧାଳୁ ସଂଗଠନ । ଭୁବନେଶ୍ୱରରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ କରି ବାବାଙ୍କ ବକ୍ତବ୍ୟକୁ ବିରୋଧ କରାଯାଇଛି ।

ଶ୍ରୀଜଗନ୍ନାଥ ମନ୍ଦିର ପରମ୍ପରାରେ ଗଜପତି, ମହାପ୍ରଭୁଙ୍କ ଆଦ୍ୟ ସେବକ । ତେଣୁ ପରମ୍ପରାରେ ଯାହା ରହିଛି ସେ କେବଳ ତାହା ହିଁ ନିର୍ବାହ କରିଥାନ୍ତି ଏବଂ ଧାର୍ମିକ ଦୃଷ୍ଟିକୋଣରୁ ଶ୍ରୀମନ୍ଦିର ପରମ୍ପରା ବିଶୟରେ ଗୋବର୍ଦ୍ଧନ ପୀଠର ଜଗତଗୁରୁ ଶଙ୍କରାଚାର୍ଯ୍ୟ ହିଁ ନିଷ୍ପତ୍ତି ନେଇପାରିବେ । ଓଡିଶା ହାଇକୋର୍ଟ ମଧ୍ୟ ଏହାକୁ ସମର୍ଥନ କରିଛନ୍ତି । ତେଣୁ ବାବା ବଳିଆ, ପରମ୍ପରାରେ ଯଦି କିଛି ପରିବର୍ତ୍ତନ ଚାହୁଁଛନ୍ତି ତେବେ ସେ ତାଙ୍କ ମତାମତ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଦେଇପାରିଥାନ୍ତେ । ଜଗତଗୁରୁ, ଶ୍ରୀମନ୍ଦିର ପ୍ରଶାସସନ ଓ ଜଗନ୍ନାଥ ଭକ୍ତ ସମାଜ ଚାହିଁଲେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ସମୟରୁ ଚଳିଆସୁଥିବା ପରମ୍ପରାରେ ପରିବର୍ତ୍ତନ ହୋଇପାରିବ ବୋଲି କୁହାଯାଇଛି ।