କନକ ବ୍ୟୁରୋ: ଚର୍ଚ୍ଚାରେ ଥିବା ବାବା ବାଗେଶ୍ୱର ଓରଫ୍ ବାଗେଶ୍ୱର ଧାମର ପୀଠାଧୀଶ ଧୀରେନ୍ଦ ଶାସ୍ତ୍ରୀଙ୍କୁ ମିଳିଛି ହତ୍ୟା ଧମକ । ଫୋନରେ ତାଙ୍କୁ ହତ୍ୟା ଧମକ ମିଳିବା ପରେ ଧାରା ୫୦୬ ଓ ୫୦୭ ଅନୁସାରେ ମାମଲା ଦାଏର କରିଛି ପୁଲିସ । ହତ୍ୟା ଧମକର ଯାଞ୍ଚ କରିବାକୁ ସ୍ପେଶାଲ ଇନଭେଷ୍ଟିଗେସନ୍ ଟିମ୍ ଗଠନ କରାଯାଇଛି ।

Advertisment

ଅଭିଯୁକ୍ତ ଉପରେ ୧୦ ହଜାର ଟଙ୍କା ପୁରସ୍କାର ଘୋଷଣା କରିଛି ପୁଲିସ । ତଦନ୍ତ ଟିମରେ ଏସଆଇଟିର ଏଏସପିଙ୍କ ସମେତ ୨୫ଜଣ ପୁଲିସ ଅଧିକାରୀ ସାମିଲ ଅଛନ୍ତି । କହିରଖୁଁ , ପୂର୍ବରୁ ନିଜର ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି ବାବା ବାଗେଶ୍ୱର । ଲୋକଙ୍କ ମୁହଁ ଦେଖି ତାଙ୍କ ମନ କଥା ପଢିପାରନ୍ତି, ତାଙ୍କର ସମସ୍ୟା ଦୂର କରିପାରନ୍ତି ବୋଲି କହିଥିଲେ ବାବା ବାଗେଶ୍ୱର । ଏନେଇ ଜଣେ ସାମ୍ବାଦିକ ପ୍ରଶ୍ନ କରିବାରୁ ତଙ୍କୁ ଡେମୋ ମଧ୍ୟ ଦେଖାଇଥିଲେ । ଏହାକୁ ନେଇ ବିଭିନ୍ନ ମହଲରେ ବିରୋଧର ସ୍ୱର ଉଠିଥିଲା ।