୨୦ କ୍ୱିଣ୍ଟାଲ୍ ଫୁଲରେ ସଜେଇ ହେଲା ବାବା ବଦ୍ରିନାଥଙ୍କ ମନ୍ଦିର । ବାବାଙ୍କ ମନ୍ଦିର ଦୁଆର ଖୋଲିଲା ବେଳେ ସାକ୍ଷୀ ରହିଲେ ୨୫ ହଜାର ଭକ୍ତ । ଦର୍ଶନ ପାଇଁ ଲାଗିଲା ୩ କି.ମି ଲମ୍ବା ଲାଇନ୍

118

ଗ୍ରୀଷ୍ମଋତୁ ପାଇଁ ଖୋଲିଲା ବାବା ବଦ୍ରିନାଥଙ୍କ ମନ୍ଦିର । ରବିବାର ବ୍ରହ୍ମବେଳା ୬.୧୫ ସମୟରେ ଖୋଲିଲା ବାବାଙ୍କ ଦୁଆର । ଏହି ପବିତ୍ର ସମୟର ସାକ୍ଷୀ ରହିଲେ ୨୫ ହଜାରରୁ ଅଧିକ ଭକ୍ତ । ବାବାଙ୍କ ପ୍ରଥମ ଦିନର ଦର୍ଶନ ପାଇଁ ୩ କି.ମି ଲମ୍ବା ଲାଇନ୍ ଲଗାଇଲେ ଭକ୍ତ । ବାବାଙ୍କ ଗୋଟିଏ ଝଲକ ପାଇବା ପାଇଁ ତୀର୍ଥଯାତ୍ରୀ ସାରା ରାତି ରହିଲେ ଉଜାଗର । ମନ୍ଦିର ପରିସରରେ ରାତି ୧୨ ଟା ସମୟରେ ଧାଡ଼ି ଲାଗିବା ଆରମ୍ଭ ହୋଇଯାଇଥିଲା ।

କପାଟ ଖୋଲିବା ସହ ଆଗାମୀ ୬ ମାସ ପର୍ଯ୍ୟନ୍ତ ଭକ୍ତ ବାବାଙ୍କୁ ଦର୍ଶନ କରିବା ପାଇଁ ମନ୍ଦିରକୁ ଆସିପାରିବେ । ଆପଣଙ୍କୁ ଏଠାରେ କହିରଖୁଛୁ , ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ଧାମର କପାଟ ଖୋଲିବା ପରେ ହିଁ ଚାରିଧାମର ଆରମ୍ଭ ହୋଇଥାଏ । ତେବେ ଏହାପୂର୍ବରୁ ମେ ୬ ତାରିଖରେ ବାବା କେଦାରନାଥଙ୍କ କପାଟ ସକାଳ ୬ .୨୫ ମିନିଟରେ ଖୋଲିଥିଲା । ମନ୍ଦିର ଖୋଲିବା ସମୟରେ ଭକ୍ତଙ୍କ ଜୟ ବଦ୍ରିନାଥ ଘୋଷରେ ସାରା ମନ୍ଦିର ପ୍ରାଙ୍ଗଣ ଗୁଞ୍ଜରିତ ହୋଇ ଉଠିଥିଲା ।