କରୋନା ରୋଗୀଙ୍କୁ ମନ୍ତ୍ର ଫୁଙ୍କି ଭଲ କରିବା ଦାବି କରି ଅଡୁଆରେ ବାବା ଆର୍ତ୍ତତ୍ରାଣ : ଚନ୍ଦ୍ରଶେଖର ପୁର ଥାନାରେ ବାବାଙ୍କ ବିରୋଧରେ ଅଭିଯୋଗ ; ହାଇକୋର୍ଟ ଓକିଲ ତପନ ହରିଚନ୍ଦନ ଦେଲେ ଅଭିଯୋଗ

812

କନକ ବ୍ୟୁରୋ : ଫୋନ୍ ଯୋଗେ ମନ୍ତ୍ର ଫୁଙ୍କି ଓ ରୋଗୀଙ୍କୁ ଛୁଇଁ କରୋନା ଭଲ କରିବାକୁ ଦାବି କରି ଅଡୁଆରେ ଆତ୍ମଘୋଷିତ ବାବା ଆର୍ତତ୍ରାଣ । ଚନ୍ଦ୍ରଶେଖରପୁର ଥାନାରେ ଆର୍ତ୍ତତ୍ରାଣଙ୍କ ନାଁରେ ଅଭିଯୋଗ ହୋଇଛି । ତପନ ହରିଚନ୍ଦନ ନାମକ ହାଇକୋର୍ଟର ଜଣେ ଆଇନଜୀବୀ ଥାନାରେ ଅଭିଯୋଗ କରିଛନ୍ତି ।  ଅଭିଯୋଗକାରୀ  କହିଛନ୍ତି,  କରୋନା ସଂକ୍ରମଣରେ ସାରା ଦେଶ ଏବେ ସଂକଟ ସ୍ଥିତିରେ । ରାଜ୍ୟରେ ମଧ୍ୟ କରୋନା ସ୍ଥିତି ଜାରି ରହିଛି ।

ଏପରି ସମୟରେ ଝଡାଫୁଙ୍କାରେ କରୋନା ଭଲ କରି ଦେବାକୁ ଆର୍ତତ୍ରାଣ ଦାବି କରି ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ବଢାଉଛନ୍ତି । ଏନେଇ ଆର୍ତତ୍ରାଣଙ୍କ ବିରୋଧରେ ଡ୍ରଗସ୍ ଆଣ୍ଡ୍ ମ୍ୟାଜିକ୍ ରିମେଡିଜ୍ ଆକ୍ଟ ତଥା ଆଇପିସି ଧାରାରେ ଦଫା ଲଗାଇବାକୁ  ସେ ଦାବି କରିଛନ୍ତି  ।