କନକ ବ୍ୟୁରୋ : ଫୋନ୍ ଯୋଗେ ମନ୍ତ୍ର ଫୁଙ୍କି ଓ ରୋଗୀଙ୍କୁ ଛୁଇଁ କରୋନା ଭଲ କରିବାକୁ ଦାବି କରି ଅଡୁଆରେ ଆତ୍ମଘୋଷିତ ବାବା ଆର୍ତତ୍ରାଣ । ଚନ୍ଦ୍ରଶେଖରପୁର ଥାନାରେ ଆର୍ତ୍ତତ୍ରାଣଙ୍କ ନାଁରେ ଅଭିଯୋଗ ହୋଇଛି । ତପନ ହରିଚନ୍ଦନ ନାମକ ହାଇକୋର୍ଟର ଜଣେ ଆଇନଜୀବୀ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକାରୀ କହିଛନ୍ତି, କରୋନା ସଂକ୍ରମଣରେ ସାରା ଦେଶ ଏବେ ସଂକଟ ସ୍ଥିତିରେ । ରାଜ୍ୟରେ ମଧ୍ୟ କରୋନା ସ୍ଥିତି ଜାରି ରହିଛି ।
ଏପରି ସମୟରେ ଝଡାଫୁଙ୍କାରେ କରୋନା ଭଲ କରି ଦେବାକୁ ଆର୍ତତ୍ରାଣ ଦାବି କରି ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ବଢାଉଛନ୍ତି । ଏନେଇ ଆର୍ତତ୍ରାଣଙ୍କ ବିରୋଧରେ ଡ୍ରଗସ୍ ଆଣ୍ଡ୍ ମ୍ୟାଜିକ୍ ରିମେଡିଜ୍ ଆକ୍ଟ ତଥା ଆଇପିସି ଧାରାରେ ଦଫା ଲଗାଇବାକୁ ସେ ଦାବି କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/07/29-10.jpg)