ପାଣି ଭିତରେ ବାବା ଆଖଣ୍ଡଳମଣି : ପ୍ରବଳ ବର୍ଷା ଯୋଗୁଁ ଭଦ୍ରକ ଆରଡି ଆଖଣ୍ଡଳମଣୀ ମନ୍ଦିର ଭିତରେ ପଶିଲା ବର୍ଷା ଜଳ; ବୁଡିଲେ ବିଗ୍ରହ

5,822

କନକ ବ୍ୟୁରୋ : ଲଘୁଚାପ ପ୍ରଭାବରେ ଅବିଶ୍ରାନ୍ତ ବର୍ଷା ଯୋଗୁଁ ଭଦ୍ରକ ଆରଡି ଆଖଣ୍ଡଳମଣିଙ୍କ ଗର୍ଭଗୃହରେ ପଶିଲା ପାଣି । ବୁଡିଲେ ବିଗ୍ରହ । ବର୍ଷା ଯୋଗୁଁ ଗତକାଲି ରାତିରେ ମନ୍ଦିର ପଶ୍ଚିମ ଦ୍ୱାର ଓ ପାଦୁକ କୁଣ୍ଡଦେଇ ଆଖଣ୍ଡଳମଣିଙ୍କ ଗର୍ଭଗୃହରେ ପାଣି ପଶିଯାଇଛି । ଫଳେରେ ଆଜି ସକାଳେ ମଙ୍ଗଳ ଆଳତୀ ନୀତି ସମେତ ଅନ୍ୟାନ୍ୟ ନୀତିରେ ବିଳମ୍ବ ଦେଖାଦେଇଥିଲା ।

ବିଶେଷକରି ବାବାଙ୍କ ମନ୍ଦିର ତଳମାଳରେ ହୋଇଥିବାରୁ ବର୍ଷାଦିନରେ ମନ୍ଦିର ଗର୍ଭଗୃହରେ ପାଣିର ସ୍ରୋତ ପଡିଥାଏ । ୩ ବର୍ଷ ତଳେ ରାଜ୍ୟ ପ୍ରତ୍ନତତ୍ୱ ବିଭାଗ ପକ୍ଷରୁ ମରାମତି କାମ ହୋଇଥିଲେ ବି ଏବେ ପୁଣି ସେହି ସମସ୍ୟା ଦେଖାଦେଇଛି ।