କନକ ବ୍ୟୁରୋ : ଲଘୁଚାପ ପ୍ରଭାବରେ ଅବିଶ୍ରାନ୍ତ ବର୍ଷା ଯୋଗୁଁ ଭଦ୍ରକ ଆରଡି ଆଖଣ୍ଡଳମଣିଙ୍କ ଗର୍ଭଗୃହରେ ପଶିଲା ପାଣି । ବୁଡିଲେ ବିଗ୍ରହ । ବର୍ଷା ଯୋଗୁଁ ଗତକାଲି ରାତିରେ ମନ୍ଦିର ପଶ୍ଚିମ ଦ୍ୱାର ଓ ପାଦୁକ କୁଣ୍ଡଦେଇ ଆଖଣ୍ଡଳମଣିଙ୍କ ଗର୍ଭଗୃହରେ ପାଣି ପଶିଯାଇଛି । ଫଳେରେ ଆଜି ସକାଳେ ମଙ୍ଗଳ ଆଳତୀ ନୀତି ସମେତ ଅନ୍ୟାନ୍ୟ ନୀତିରେ ବିଳମ୍ବ ଦେଖାଦେଇଥିଲା ।/kanak/media/post_attachments/wp-content/uploads/2020/08/vlcsnap-2020-08-26-10h16m28s45-300x165.png)
ବିଶେଷକରି ବାବାଙ୍କ ମନ୍ଦିର ତଳମାଳରେ ହୋଇଥିବାରୁ ବର୍ଷାଦିନରେ ମନ୍ଦିର ଗର୍ଭଗୃହରେ ପାଣିର ସ୍ରୋତ ପଡିଥାଏ । ୩ ବର୍ଷ ତଳେ ରାଜ୍ୟ ପ୍ରତ୍ନତତ୍ୱ ବିଭାଗ ପକ୍ଷରୁ ମରାମତି କାମ ହୋଇଥିଲେ ବି ଏବେ ପୁଣି ସେହି ସମସ୍ୟା ଦେଖାଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/27-9.jpg)