ବଲିଉଡ ଅଭିନେତା ଅମିତାଭ ବଚ୍ଚନଙ୍କ ଆଗାମୀ ଫିଲ୍ମ ‘ସରକାର ୩’ର ସୁଟିଂ ଚାଲିଛି । ଏହାକୁ ନିର୍ଦେଶନା ଦେଉଛନ୍ତି ରାମ ଗୋପାଳ ବର୍ମା । ଏହି ଫିଲ୍ମର ସୁଟିଂ ସେଟରେ ଏବେ ଦିନେ ଅଚାନକ ପହଁଚିଥିଲେ ବାହୁବଳୀ ନିର୍ଦେଶକ ଏସ୍ ଏସ୍ ରାଜାମୈାଲୀ ।
ଏହା ଅମିତାଭଙ୍କୁ ଯେତିକି ଖୁସି ଲାଗିଥିଲା । ସେତିକି ଆଶ୍ଚର୍ଯ୍ୟ ମନେହୋଇଥିଲା । ବିଗ୍ ବି ଏହି ଅଭିଜ୍ଞ ନିର୍ଦେଶକଙ୍କ ସହ କିଛି କ୍ଷଣ ବିତେଇଥିଲେ । ଭେଟାଭେଟିର ଏହି ମଧୁର କ୍ଷଣକୁ ନିଜ ଟ୍ୱିଟରରେ ସେୟାର କରିଛନ୍ତି ଅମିତାଭ । ରାଜାମୈାଲୀଙ୍କ ନମ୍ରତାର ଖୁବ୍ ପ୍ରଶଂସା କରିଛନ୍ତି ବିଗ୍ ବି ଅମିତାଭ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/10/rajamouli_647_102816103644.jpg)