ଆଉ କିଛି ମାସ ପରେ ରିଲିଜ୍ ହେବ ବହୁ ପ୍ରତିକ୍ଷିତ ସିନେମା ‘ବାହୁବଳୀ – ୨’ । ହେଲେ ରିଲିଜ୍ ପୂର୍ବରୁ ଲିକ୍ ହୋଇଛି ସିନେମାର କିଛି ଭିଡିଓ । ୯ ମିନିଟର ଏକ ଫୁଟେଜ୍ ଲିକ୍ କରିଥିବା ଅଭିଯୋଗରେ ପୁଲିସ୍ ଜଣେ ଗ୍ରାଫିକ୍ ଡିଜାଇନରଙ୍କୁ ମଧ୍ୟ ଗିରଫ କରିଛି । ବ୍ୟକ୍ତି ଜଣକ ସୁଟିଂ ସେଟରୁ ଫିଲ୍ମର କିଛି ଫୁଟେଜ୍ ଚୋରୀ କରି ଅନଲାଇନ୍ ଅପଲୋଡ୍ ଅପଲୋଡ୍ କରି ଥିବାର ସ୍ୱୀକାର ମଧ୍ୟ କରିଛନ୍ତି ।
ତେବେ ଅଭିଯୁକ୍ତ ଜଣକ ଲିକ୍ କରିଥିବା ଫୁଟେଜ୍ ସିନେମାର କ୍ଲାଇମାକ୍ସ ବୋଲି ଶୁଣିବାକୁ ମିଳିଛି । ଡିଜାଇନର୍ ଜଣକ ଇଂଟରନେଟରେ ଅପଲୋଡ୍ କରିବା ପରେ ଏବେ ଏହି ଭିଡିଓ ଭାଇରାଲ୍ ହୋଇଯାଇଛି । ସିନେମାର ପ୍ରଯୋଜକ ଫ୍ୟାନ୍ ମାନଙ୍କୁ ଫୁଟେଜକୁ ସେୟାର୍ ନକରିବା ପାଇଁ ଟ୍ୱିଟର ଜରିଆରେ ଅନୁରୋଧ କରିଛନ୍ତି ।
୨୦୧୭ ଏପ୍ରିଲ୍ ମାସରେ ରିଲିଜ୍ ହେବ ‘ବାହୁବଳୀ – ୨’ । ୨୦୧୫ ରେ ରିଲିଜ୍ ହୋଇଥିବା ଏହି ସିନେମାର ପ୍ରଥମ ଭାଗ ‘ବାହୁବଳୀ’ ବ୍ଲକ୍ ବଷ୍ଟର୍ ମୁଭି ସାବ୍ୟସ୍ତ ହେବା ସହ ଅନେକ ରେକର୍ଡ ମଧ୍ୟ କରିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/10/1477148309_bahubali-aka-baahubali-2-first-look-poster-revealed.jpg)