ରାଜନୀତିକୁ ଓହ୍ଲାଇ ଲୋକଙ୍କ ସେବା କରିବେ ବିଟେକ ମହିଳା: ଗଞ୍ଜାମ ପଥରାରେ ସରପଞ୍ଚ ପାଇଁ ପ୍ରତିଦ୍ୱନ୍ଦିତା କରିବେ ପିଙ୍କି

311

କନକ ବ୍ୟୁରୋ: ରାଜନୈତିକ ମଇଦାନରେ ବିଟେକ ମହିଳା । ପଂଚାୟତ ନିର୍ବାଚନ ଘୋଷଣା ପରେ ଗାଁ ରାଜନୀତି ସରଗରମ ରହିଛି । ଆଉ ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି ଜଣେ ବିଟେକ ପଢୁଥିବା ଗୃହିଣୀ  । ଯାହା ଏବେ ଖଲ୍ଲିକୋଟ ବ୍ଲକରେ ଚର୍ଚାର ବିଷୟ ପାଲଟିଛି  । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ପଥରା ପଂଚାୟତରେ ସରପଂଚ ପାର୍ôଥ ପାଇଁ ଆଶାୟୀ ଅଛନ୍ତି ପିଙ୍କି ବେହେରା  । ସେ ଜଣେ ବିଟେକ ଇଂଜିନିୟର ଗୃହିଣୀ ହେବା ସହ ଘର ଚଳେଇବା ପାଇଁ ଏକ କମ୍ପାନୀରେ ଚାକିରି କରୁଥିଲେ  । କିନ୍ତୁ ଲୋକଙ୍କ ସେବା କରିବା ପାଇଁ ଚାକିରି ଛାଡି ରାଜନୈତିକ ମଇଦାନକୁ ଉହ୍ଲାଇଛନ୍ତି  ।

ପଥରା ପଂଚାୟତର ଆଶାୟୀ ପ୍ର୍ରାର୍ଥୀ ଭାବେ ପିଙ୍କି ଆଗକୁ ଆସିଥିବା ବେଳେ ଲୋକଙ୍କ ବିଭିନ୍ନ ସମସ୍ୟା ଦୂର କରିବା ସହ ଲୋକଙ୍କ ସେବା କରିବେ ବୋଲି କହିଛନ୍ତି । ତେବେ ଏହାରି ଭିତରେ ପଂଚାୟତ ମଇଦାନକୁ ଜଣେ ଉଚଶିକ୍ଷିତା ଗୃହିଣୀ ସରପଂଚ ପାଇଁ ଆଶାୟୀ ଥିବାରୁ ଲୋକ ବେଶ ପସନ୍ଦ କରିଛନ୍ତି  । ଆଉ ଆଶା ଓ ବିଶ୍ୱାସ ରଖିଛନ୍ତି ଜଣେ ଉଚଶିକ୍ଷିତା ସରପଂଚ ହେଲେ ନିଶ୍ଚିତ ଭାବେ ପଂଚାୟତର ଉନ୍ନତି ହେବ  । ପିଙ୍କି ଘର ଘର ବୁଲି ଲୋକଙ୍କ ସହ ମିଶି ଭୋଟ ଭିକ୍ଷା କରୁଛନ୍ତି  ।

ପଞ୍ଚାୟତ ନିର୍ବାଚନ ପାଇଁ ରାଜନୀତି ସରଗରମ ହେଉଥିବା ବେଳେ ଏବେ ଗୋଟିଏ ପରେ ଗୋଟିଏ ଚର୍ଚ୍ଚିତ ପ୍ରାର୍ଥୀଙ୍କ ଚେହେରା ସାମ୍ନାକୁ ଆସିଛି । ଆଉ ଯାହାଙ୍କୁ ନେଇ ସ୍ଥାନୀୟ ଅଞ୍ଚଳରେ ରାଜନୀତିରେ ଚର୍ଚ୍ଚା ସୃଷ୍ଟି କରିଛନ୍ତି । କିଛି ପ୍ରାର୍ଥୀ ଚାକିରି ଛାଡି ରାଜନୀତିରେ ମୈଦାନରେ ପାଦ ମଧ୍ୟ ଥାପିଛନ୍ତି ।