କନକ ବ୍ୟୁରୋ: ରାଜନୈତିକ ମଇଦାନରେ ବିଟେକ ମହିଳା । ପଂଚାୟତ ନିର୍ବାଚନ ଘୋଷଣା ପରେ ଗାଁ ରାଜନୀତି ସରଗରମ ରହିଛି । ଆଉ ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି ଜଣେ ବିଟେକ ପଢୁଥିବା ଗୃହିଣୀ । ଯାହା ଏବେ ଖଲ୍ଲିକୋଟ ବ୍ଲକରେ ଚର୍ଚାର ବିଷୟ ପାଲଟିଛି । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ପଥରା ପଂଚାୟତରେ ସରପଂଚ ପାର୍ôଥ ପାଇଁ ଆଶାୟୀ ଅଛନ୍ତି ପିଙ୍କି ବେହେରା । ସେ ଜଣେ ବିଟେକ ଇଂଜିନିୟର ଗୃହିଣୀ ହେବା ସହ ଘର ଚଳେଇବା ପାଇଁ ଏକ କମ୍ପାନୀରେ ଚାକିରି କରୁଥିଲେ । କିନ୍ତୁ ଲୋକଙ୍କ ସେବା କରିବା ପାଇଁ ଚାକିରି ଛାଡି ରାଜନୈତିକ ମଇଦାନକୁ ଉହ୍ଲାଇଛନ୍ତି ।
ପଥରା ପଂଚାୟତର ଆଶାୟୀ ପ୍ର୍ରାର୍ଥୀ ଭାବେ ପିଙ୍କି ଆଗକୁ ଆସିଥିବା ବେଳେ ଲୋକଙ୍କ ବିଭିନ୍ନ ସମସ୍ୟା ଦୂର କରିବା ସହ ଲୋକଙ୍କ ସେବା କରିବେ ବୋଲି କହିଛନ୍ତି । ତେବେ ଏହାରି ଭିତରେ ପଂଚାୟତ ମଇଦାନକୁ ଜଣେ ଉଚଶିକ୍ଷିତା ଗୃହିଣୀ ସରପଂଚ ପାଇଁ ଆଶାୟୀ ଥିବାରୁ ଲୋକ ବେଶ ପସନ୍ଦ କରିଛନ୍ତି । ଆଉ ଆଶା ଓ ବିଶ୍ୱାସ ରଖିଛନ୍ତି ଜଣେ ଉଚଶିକ୍ଷିତା ସରପଂଚ ହେଲେ ନିଶ୍ଚିତ ଭାବେ ପଂଚାୟତର ଉନ୍ନତି ହେବ । ପିଙ୍କି ଘର ଘର ବୁଲି ଲୋକଙ୍କ ସହ ମିଶି ଭୋଟ ଭିକ୍ଷା କରୁଛନ୍ତି ।
ପଞ୍ଚାୟତ ନିର୍ବାଚନ ପାଇଁ ରାଜନୀତି ସରଗରମ ହେଉଥିବା ବେଳେ ଏବେ ଗୋଟିଏ ପରେ ଗୋଟିଏ ଚର୍ଚ୍ଚିତ ପ୍ରାର୍ଥୀଙ୍କ ଚେହେରା ସାମ୍ନାକୁ ଆସିଛି । ଆଉ ଯାହାଙ୍କୁ ନେଇ ସ୍ଥାନୀୟ ଅଞ୍ଚଳରେ ରାଜନୀତିରେ ଚର୍ଚ୍ଚା ସୃଷ୍ଟି କରିଛନ୍ତି । କିଛି ପ୍ରାର୍ଥୀ ଚାକିରି ଛାଡି ରାଜନୀତିରେ ମୈଦାନରେ ପାଦ ମଧ୍ୟ ଥାପିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2022/01/24-25.jpg)